୨ ବର୍ଷରେ ୬ ବିଧାନସଭା ନିର୍ବାଚନ ହାରିଲା ବିଜେପି

୨ ବର୍ଷରେ ୬ ବିଧାନସଭା ନିର୍ବାଚନ ହାରିଲା ବିଜେପି

୨ ବର୍ଷରେ ୬ ବିଧାନସଭା ନିର୍ବାଚନ ହାରିଲା ବିଜେପି
ନୂଆଦିଲ୍ଲୀ : ଦୁଇ ବର୍ଷ ହେଲା ବିଜେପିର ବେଳା ଭଲ ଚାଲୁନାହିଁ । କେନ୍ଦ୍ରରେ ବହୁ ଜନମତ ସହ ସରକାର ଗଢ଼ିଥିଲେବି ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ କିନ୍ତୁ ମୋଦିଙ୍କ ଯାଦୁ କାଟୁ କରୁନାହିଁ । ଗତ ୨ ବର୍ଷ ମଧ୍ୟରେ ବିଜେପି ୬ଟି ବିଧାନସଭା ନିର୍ବାଚନ ହାରିବା ଘଟଣାରୁ ଏହା ପ୍ରମାଣିତ ହୋଇଛି । ସମ୍ପ୍ରତି ଦେଶର ୧୬ ରାଜ୍ୟରେ ବିଜେପି ସରକାର ଅଛି । ଯେତେବେଳେକି ୧୨ ରାଜ୍ୟରେ ଅଣବିଜେପି ସରକାର ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଞ୍ଜାବରେ କଂଗ୍ରେସ ସରକାର ଥିବାବେଳେ ମହାରାଷ୍ଟ୍ର ଓ ପୁଡ଼ୁଚେରୀରେ ସହଯୋଗୀଙ୍କ ସହ ସରକାର ଗଢ଼ିବାରେ ସମର୍ଥ ହୋଇଛି । ସେହିପରି ଝାରଖଣ୍ଡରେ ବି ଦଳ କ୍ଷମତାରେ ରହିଛି । ଫଳରେ ନିଜେ ହେଉବା ସହଯୋଗୀ ସହ ହେଉ କଂଗ୍ରେସ ୭ ରାଜ୍ୟରେ ଏବେ କ୍ଷମତାରେ ଅଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିଥିବାବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସରକାର ରହିଛି । ଆନ୍ଧ୍ରପ୍ରଦେଶରେ ୟାଇଏସଆର କଂଗ୍ରେସ, ଓଡ଼ିଶାରେ ବିଜୁ ଜନତା ଦଳ ଏବଂ ତେଲେଙ୍ଗାନରେ ଟିଆରଏସ ସରକାର ଅଛି । କେରଳରେ ବାମପନ୍ଥୀ ସରକାର ରହିଛି । ଯେତେବେଳେକି ତାମିଲନାଡ଼ୁରେ ସରକାର ଗଢ଼ିଛି ଏଆଇଏଡ଼ିଏମକେ । ଡିସେମ୍ବର ୨୦୧୭ରେ ବିଜେପି ୧୯ ରାଜ୍ୟରେ ସରକାରରେ ରହିଥିଲା । କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଅପ୍ରତ୍ୟାଶିତ ଭାବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ହାରିଯାଇଥିଲା । ସେହିପରି ଦଳର ଦୁଇ ପ୍ରମୁଖ ସହଯୋଗୀ ଟିଡ଼ିପି ଓ ଶିବସେନା ମଧ୍ୟ ଏନଡ଼ିଏ ଛାଡ଼ି ସାରିଛନ୍ତି ।