୨ ମାସର ବିଦୁ୍ୟତ ବିଲ୍ ୬୦୦ କୋଟି!

୨ ମାସର ବିଦୁ୍ୟତ ବିଲ୍ ୬୦୦ କୋଟି!

୨ ମାସର ବିଦୁ୍ୟତ ବିଲ୍ ୬୦୦ କୋଟି!
ଉତ୍ତରପ୍ରଦେଶ ସ୍କୁଲ: ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ସ୍କୁଲକୁ ୨ ମାସର ବିଦୁ୍ୟତ ଖର୍ଚ୍ଚ ପାଇଁ ୬୧୮.୫ କୋଟି ଟଙ୍କା ଦେବାକୁ ପଡ଼ିବ । ସ୍କୁଲଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ବାରଣାସୀରେ ଅବସ୍ଥିତ । ତେବେ ମାତ୍ର ୨ ମାସର ବିଦୁ୍ୟତ ବିଲ୍ ୬୧୮.୫ କୋଟି ଟଙ୍କା ହୋଇଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ବିଦୁ୍ୟତ ବିଭାଗରୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ସେପ୍ଟେମ୍ବର ୭ ସୁଦ୍ଧା ବିଦୁ୍ୟତ ବିଲ୍ ପୈଠ ନ ହେଲେ ବିଦୁ୍ୟତ ସଂଯୋଗ କାଟି ଦିଆଯିବ ବୋଲି କୁହାଯାଇଛି । ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।