୨୦୨୧ ମାର୍ଚ୍ଚ ସୁଦ୍ଧା ଉପଲବ୍ଧ ହେବ ଭାରତୀୟ ଟୀକା!

୨୦୨୧ ମାର୍ଚ୍ଚ ସୁଦ୍ଧା ଉପଲବ୍ଧ ହେବ ଭାରତୀୟ ଟୀକା!

୨୦୨୧ ମାର୍ଚ୍ଚ ସୁଦ୍ଧା ଉପଲବ୍ଧ ହେବ ଭାରତୀୟ ଟୀକା!
ନୂଆଦିଲ୍ଲୀ: ଭାରତୀୟ ଭେଷଜ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ନିଜସ୍ୱ ଜ୍ଞାନ କୌଶଳରେ ବିକଶିତ କୋଭାକ୍ସିନ ନାମକ କୋଭିଡ ଟିକା ଆସନ୍ତା ବର୍ଷ ଦ୍ୱିତୀୟ ତ୍ରୟମାସିକ ବେଳକୁ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ କମ୍ପାନୀ ଧାର୍ଯ୍ୟ ଲକ୍ଷ୍ୟ ରଖିଥିବା ଜଣେ ପ୍ରମୁଖ ଅଧିକାରୀ ଜଣାଇଛନ୍ତି । ସୂଚନା ଥାଉ କି, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଅଧୀନ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି) ସହଯୋଗରେ ନିଷ୍କି୍ରୟ କରୋନା ଭୂତାଣୁ ସାର୍ସ କୋଭ-୨କୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ଉକ୍ତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବା ଉପରେ । ସେହିପରି ନଭେମ୍ବର ମାସରେ ଏହାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଓ ଅନ୍ୟାନ୍ୟ କାଗଜାତ କାମ ଜାରି ରହିଛି । ଦେଶର ୧୩ ରୁ ୧୪ ରାଜ୍ୟର ମୋଟ ୨୫ ରୁ ୩୦ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲୁ ହେବାକୁ ଥିବା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରତି କେନ୍ଦ୍ରରେ ୨୦୦୦ ଯାଏ ସ୍ୱାସ୍ଥ୍ୟସେବୀଙ୍କୁ ସାମିଲ କରିବା ଲାଗି କମ୍ପାନୀ ପ୍ରସ୍ତୁତ ହେଉଛି । ଅଦ୍ୟାବଧି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ଆଶାନୁରୂପ ଥିବା ଚୂଡାନ୍ତ ପର୍ଯ୍ୟାୟ ବିକ୍ଷିପ୍ତ ପରୀକ୍ଷଣରେ ଟିକାର ଅନୁରୂପ ଫଳପ୍ରଦତା ଠିକଠିକ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ପରେ ପରେ ସାର୍ବଜନୀନ ବ୍ୟବହାର ପାଇଁ ଟିକାକୁ ଲୋକାର୍ପଣ କରାଯିବ ବୋଲି କମ୍ପାନୀର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ସାଇ ପ୍ରସାଦ ଆଶା ରଖିଛନ୍ତି ।