୨୪ ଘଣ୍ଟାରେ ୬୬ ହଜାର ଆକ୍ରାନ୍ତ,୮୧୬ ମୃତ୍ୟୁ

୨୪ ଘଣ୍ଟାରେ ୬୬ ହଜାର ଆକ୍ରାନ୍ତ,୮୧୬ ମୃତ୍ୟୁ

୨୪ ଘଣ୍ଟାରେ ୬୬ ହଜାର ଆକ୍ରାନ୍ତ,୮୧୬ ମୃତ୍ୟୁ
ଗତ ୨୪ ଘଣ୍ଟାରେ ୬୬ ହଜାର ୭୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥଳେ ୮୧୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୧୫୦କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ୮ ଲକ୍ଷ ୬୧ ହଜାର ୮୫୩ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୬୧ ଲକ୍ଷ ୪୯ ହଜାର ୫୩୫ଜଣ । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୫୩% ରହିଥିବାବେଳେ ଅଧିକ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୮ କୋଟି ୭୮ ଲକ୍ଷ ୭୨ ହଜାର କୋଭିଡ୍ ଟେଷ୍ଟ କରାଗଲାଣି ।  ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ପାଞ୍ଚୋଟି ରାଜ୍ୟରେ ଅଧିକସଂଖ୍ୟକ କରୋନା ମାମଲା ଚିହ୍ନଟ ହେଉଛି ।