୨୪ ଘଣ୍ଟାରେ ୭୧,୩୬୫ଜଣ ନୂଆ ସଂକ୍ରମିତ

୨୪ ଘଣ୍ଟାରେ ୭୧,୩୬୫ଜଣ ନୂଆ ସଂକ୍ରମିତ

୨୪ ଘଣ୍ଟାରେ ୭୧,୩୬୫ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ଲକ୍ଷେ ତଳେ ରହିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୭୧ହଜାର ୩୬୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୧୦ହଜାର ୯୭୬ରେ ପହଞ୍ଚିଛି । ଦେଶରେ ଦୈନିକ ପଜିଟିଭ୍ ହାର ୪.୫୪ପ୍ରତିଶତ ରହିଛି ।

ଗତ ୨୪ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୨୯ହଜାର ୪୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି  । ସେହିପରି ମହାରାଷ୍ଟ୍ରରେ ୬ହଜାର ୧୦୭, କର୍ଣ୍ଣାଟକରେ ୪ହଜାର ୪୫୨, ତାମିଲନାଡୁରେ ୪ହଜାର ୫୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୩ହଜାର ୫୧୧, ଗୁଜୁରାଟରେ ୨ହଜାର ୫୦୨ ଏବଂ ଆନ୍ଧ୍ରପ୍ରଦେଶରେ ୧ହଜାର ୮୯୧ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  । 

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୦ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୮ଲକ୍ଷ ୯୨ହଜାର ୮୨୮ ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୭୨ହଜାର ୨୧୧ ଜଣ ଲୋକ ମାତ ଦେଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୦ଲକ୍ଷ ୧୨ହଜାର ୮୯୬ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ବର୍ତ୍ତମାନ  ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୭୦କୋଟି ୯୦ଳକ୍ଷ ଟପିଛି । ସେଥିମଧ୍ୟରୁ ୯୦କୋଟି ୨୦ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଥିବାବେଳେ ୭୩କୋଟି ୨୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।