୨୪ ଚାଇନିଜ୍ ଫାର୍ମ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
୨୪ ଚାଇନିଜ୍ ଫାର୍ମ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
admin
Aug 26, 2020 - 14:22
Updated: Aug 26, 2020 - 14:22
ନ୍ୟୁୟର୍କ : ବୁଧବାର ୨୪ଟି ଚାଇନିଜ୍ ଫାର୍ମ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଦକ୍ଷିଣ ଚୀନ୍ ସାଗରରେ କାର୍ଯ୍ୟରତ ରହିଥିବା କମ୍ପାନୀ ଗୁଡିକ ମଧ୍ୟରୁ ୨୪ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଦକ୍ଷିଣ ଚୀନ୍ ସାଗରରେ ବେଆଇନ ନିର୍ମାଣରେ ଲିପ୍ତ ରହିଥିବା କମ୍ପାନୀ ମାନଙ୍କ ଉପରେ ରୋକ ଲଗାଯାଇଛି । ଦକ୍ଷିଣ ଚୀନ୍ ସାଗରରେ ଚୀନର ସାମରିକ ଶକ୍ତିକୁ ପ୍ରତିହତ କରିବା ପାଇଁ ଆମେରିକା ପକ୍ଷରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ୨୦୧୩ ପରଠାରୁ ଉଭୟ ଆମେରିକା ଏବଂ ଚୀନ୍ ମଧ୍ୟରେ ଦକ୍ଷିଣ ଚୀନ୍ ସାଗରର ୩ ହଜାର ଏକରର ସ୍ଥାନକୁ ନେଇ ବିବାଦ ଲାଗି ରହିଛି । ଏହି ୨୪ କମ୍ପାନୀ ମଧ୍ୟରେ ଚାଇନା କମ୍ୟୁନିକେସନ କନଷ୍ଟ୍ରକସନ, ଟେଲି କମ୍ୟୁନିକେସନ ଫାର୍ମ ଗୁଡିକୁ ସାମିଲ କରାଯାଇଛି । ସେହିପରି ଯେଉଁ ବ୍ୟକ୍ତି ମାନଙ୍କ ଉପରେ କଟକଣା ଜାରି କରାଯାଇଛି ସେମାନଙ୍କ ନାମ ସର୍ବସାଧାରଣ କରାଯିବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓ ପ୍ରକାଶ କରିଛନ୍ତି ।