୨୭ ହଜାର କୋଟି ଖର୍ଚ୍ଚ କରି ଜିତିଛି ବିଜେପି

୨୭ ହଜାର କୋଟି ଖର୍ଚ୍ଚ କରି ଜିତିଛି ବିଜେପି

୨୭ ହଜାର କୋଟି ଖର୍ଚ୍ଚ କରି ଜିତିଛି ବିଜେପି
ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏକାକୀ ବିଜେପି ମୋଟ ଖର୍ଚ୍ଚର ୪୫% ଅର୍ଥାତ୍ ପ୍ରାୟ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ସେଂଟର ଫର ମିଡ଼ିଆ ଷ୍ଟଡ଼ିଜ ପକ୍ଷରୁ ପ୍ରକାଶିତ ‘ନିର୍ବାଚନ ଖର୍ଚ୍ଚ : ୨୦୧୯ ନିର୍ବାଚନ’ ଶୀର୍ଷକ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ରାଜନୈତିକ ଦଳଗୁଡ଼ିକ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଗଣମାଧ୍ୟମରେ ବିଜ୍ଞାପନ ପାଇଁ ୩ ହଜାର କୋଟି ଖର୍ଚ୍ଚ ହୋଇଥିବାବେଳେ ଅନ୍ୟାନ୍ୟ ବାବଦରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅପରପକ୍ଷରେ ସରକାର ଓ ନିର୍ବାଚନ କମିଶନ ମଧ୍ୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ଅଟକଳ କରାଯାଇଛି । ସେହିପରି ଭୋଟରମାନଙ୍କୁ ସିଧାସଳଖ ଭାବେ ୧୫ ହଜାର କୋଟି ଟଙ୍କା ଦିଆଯାଇଥିବାବେଳେ କ୍ୟାମ୍ପେନ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳିତ ହୋଇଛି । ସିଏମଏସ ରିପୋର୍ଟ ଅନୁଯାୟୀ ୧୯୯୮ରେ ମାତ୍ର ୯୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କଂଗ୍ରେସ ୨୭ ଶହ କୋଟି ଓ ବିଜେପି ୧୮ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସେହିପରି ୧୯୯୯ରେ ୧୦ ହଜାର କୋଟି ଖର୍ଚ୍ଚ ହୋଇଥିବାବେଳେ କଂଗ୍ରେସ ୪ ହଜାର କୋଟି ଓ ବିଜେପି ଅଢେ଼ଇ ହଜାର କୋଟି ଖର୍ଚ୍ଚ କରିଥିଲା । ଅପରପକ୍ଷରେ ୨୦୦୪ରେ ୧୪ ହଜାର କୋଟି ଖର୍ଚ୍ଚ କରାଯାଇଥିଲା । ଯେଉଁଥିରେ କଂଗ୍ରେସର ଖର୍ଚ୍ଚ ପରିମାଣ ପ୍ରାୟ ୬ ହଜାର କୋଟି ଥିବାବେଳେ ବିଜେପିର ଖର୍ଚ୍ଚ ୪୨ ଶହ କୋଟି ଥିଲା । ୨୦୦୯ରେ ୨୦ ହଜାର କୋଟି ଖର୍ଚ୍ଚ ହୋଇଥିବାବେଳେ କଂଗ୍ରେସ ୯ ହଜାର କୋଟି ଓ ବିଜେପି ୮ ହଜାର କୋଟି ଖର୍ଚ୍ଚ କରିଥିଲେ । ୨୦୧୪ରେ କିନ୍ତୁ ବିଜେପି ନିର୍ବାଚନୀ ଖର୍ଚ୍ଚରେ କଂଗ୍ରେସକୁ ପଛରେ ପକାଇ ଦେଇଥିଲା । ୨୦୧୪ରେ ୩୫ ହଜାର କୋଟିର ଖର୍ଚ୍ଚ ଆକଳନ କରାଯାଇଛି । ସେହି ନିର୍ବାଚନରେ କଂଗ୍ରେସ ୯ ହଜାର କୋଟି ଖର୍ଚ୍ଚ କରିଥିବାବେଳେ ବିଜେପି କିନ୍ତୁ ୧୨ ହଜାର କୋଟିରୁ ଉଦ୍ଧ୍ୱର୍ ଖର୍ଚ୍ଚ କରିଥିଲା । କିନ୍ତୁ ୨୦୧୯ରେ ସବୁ ରେକଡର଼୍ ଭାଙ୍ଗିଯାଇଛି । ବିଜେପି ପ୍ରାୟ ୨୭ ହଜାର କୋଟି ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୧୨ ହଜାର କୋଟି ଖର୍ଚ୍ଚ କରିଛି । ରିଅଲ ଇଷ୍ଟେଟ, ମାଇନିଂ, କର୍ପୋରେଟ ସଂସ୍ଥା, ଠିକାଦାର, ଚିଟଫଣ୍ଡ କମ୍ପାନୀ, ପରିବହନ ଠିକାଦାର ହିଁ ଏହି ଖର୍ଚ୍ଚର ପ୍ରମୁଖ ଅଂଶ ତୁଲାଇଥିବା ରିପୋର୍ଟରେ ଦର୍ଶାଯାଇଛି ।