+୩ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
+୩ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ବନ୍ୟା ସ୍ଥିତିକୁ ଦେଖି ଯୁକ୍ତ ଦୁଇ ନାମଲେଖା ଅବଧିକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ୟ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି।
ସେହିପରି ପ୍ରଥମ ପର୍ୟ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ଯାଏଁ ଚାଲିବ । ସ୍ପଟ ସିଲେକ୍ସନ୍ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ।
ସୂଚନାଯୋଗ୍ୟ, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧିକୁ ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ୟ୍ୟାୟ ନାମଲେଖା ଧାର୍ୟ୍ୟ ହୋଇଥିଲା। ହେଲେ ବନ୍ୟା ଯୋଗୁ ଏହାକୁ ଆଉ ୫ ଦିନ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଯୁକ୍ତ ଦୁଇର ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।




admin 