୪ ବର୍ଷ ପରେ ଜେଲରୁ ଫେରିଲେ ଶଶୀକଳା

୪ ବର୍ଷ ପରେ ଜେଲରୁ ଫେରିଲେ ଶଶୀକଳା

୪ ବର୍ଷ ପରେ ଜେଲରୁ ଫେରିଲେ ଶଶୀକଳା
ବେଙ୍ଗାଲୁର : ୪ ବର୍ଷ ଜେଲରେ ରହିବା ପରେ ବାହାରକୁ ଆସିଛନ୍ତି ଦିବଂଗତ ନେତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶୀକଳା । ଦୁର୍ନୀତି ସଂକ୍ରାନ୍ତରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା । ଏକ ଦୁର୍ନୀତି ମାମଲାରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେ ବାଙ୍ଗାଲୋର ଜେଲରେ ରହୁଥିଲେ । ଏବେ ସେ କରୋନା ସଂକ୍ରମିତ ହୋଇଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଆଉ ୩ ଦିନ ପରେ ହସପିଟାଲରୁ ତାଙ୍କୁ ଡିସଚାର୍ଜ କରାଯିବ । ବେଙ୍ଗାଲୁର ମେଡ଼ିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚୁ୍ୟଟରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଭଲ ଥିବା ଜାଣିବାକୁ ମିଳିଛି । ୬୬ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ୨୦୧୭ରେ ସେ ଗିରଫ ହୋଇଥିଲେ ।