୫ ବର୍ଷରେ ୬.୭୬ ଲକ୍ଷ ଛାଡ଼ିଛନ୍ତି ଭାରତୀୟ ନାଗରିକତା

୫ ବର୍ଷରେ ୬.୭୬ ଲକ୍ଷ ଛାଡ଼ିଛନ୍ତି ଭାରତୀୟ ନାଗରିକତା

୫ ବର୍ଷରେ ୬.୭୬ ଲକ୍ଷ ଛାଡ଼ିଛନ୍ତି ଭାରତୀୟ ନାଗରିକତା
ନୂଆଦିଲ୍ଲୀ: ୨୦୧୫ ରୁ ୨୦୧୯ ମସିହା ମଧ୍ୟରେ ୬.୭୬ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତା ଛାଡ଼ିଛନ୍ତି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ସୂଚନା ଦେଇଛନ୍ତି । ଭାରତୀୟ ନାଗରିକତା ଛାଡ଼ି ଏମାନେ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରୀ କହିଛନ୍ତି ଯେ ମୋଟ ୧,୨୪,୯୯,୩୯୫ ଭାରତୀୟ ଅନ୍ୟ ଦେଶରେ ରହୁଛନ୍ତି । ୨୦୧୭ ରେ ୧,୨୭,୯୦୫ ଜଣ ଭାରତୀୟ ନାଗରିକତା ଛାଡ଼ିଥିବା ବେଳେ ୨୦୧୯ରେ ୧,୩୬,୪୪୧ ଜଣ ନାଗରିକତା ଛାଡ଼ିଛନ୍ତି । ରିପୋର୍ଟ ଅନୁସାରେ ସବୁଠୁ ଅଧିକ ଭାରତୀୟ ଆମେରିକାର ନାଗରିକତା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ବି୍ରଟେନ, ୟୁଏଇ, ସାଉଦିଆରବ, କୁଏତ, କାତାର, ସିଙ୍ଗାପୁର ଆଦି ଦେଶରେ ଅଧିକ ସଂଖ୍ୟାରେ ଭାରତୀୟ ଲୋକ ବସବାସ କରୁଛନ୍ତି ।