ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଞ୍ଚିଲେ ରାଜସ୍ଥାନର କଂଗ୍ରେସ ବିଧାୟିକା

ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଞ୍ଚିଲେ ରାଜସ୍ଥାନର କଂଗ୍ରେସ ବିଧାୟିକା

ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଞ୍ଚିଲେ ରାଜସ୍ଥାନର କଂଗ୍ରେସ ବିଧାୟିକା
ଜୟପୁର: କୃଷକ ଆନେ୍ଦାଳନକୁ ସମର୍ଥନ ପୂର୍ବକ ରାଜସ୍ଥାନର ଜଣେ କଂଗ୍ରେସ ବିଧାୟିକା ଇନ୍ଦିରା ମୀଣା ବୁଧବାର ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଞ୍ଚିବା କୌତୁହଳ ସୃଷ୍ଟି କରିଛି । ବୁଧବାର ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବାମନବାସ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଇନ୍ଦିରା ସମର୍ଥକଙ୍କୁ ବସାଇ ଟ୍ରାକ୍ଟରରେ ବିଧାନସଭାରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ କୃଷି ଆଇନ ବିରୋଧରେ ଆନେ୍ଦାଳନ ଚଳାଇଥିବା କୃଷକ ସମର୍ଥନରେ ସେ ଏପରି କରିଛନ୍ତି । ପୂର୍ବରୁ ପଞ୍ଜାବ ଓ ହରିୟାଣାର କେତେ ଜଣ ବିଧାୟକ ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଞ୍ଚିବା ସହ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।