୫ ରାଷ୍ଟ୍ରରେ ଭାରତର ନୂଆ ରାଷ୍ଟ୍ରଦୂତ
୫ ରାଷ୍ଟ୍ରରେ ଭାରତର ନୂଆ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ : ବାଂଲାଦେଶ, ବିଟ୍ରେନ, ଦାପାନ, ,କାନାଡା ,ଏବଂ ଦକ୍ଷିଣ କୋରିଆରେ ଭାରତର ନୂଆ ରାଷ୍ଟ୍ରଦୂତ ନିଯୁକ୍ତ ହେବେ । ଅଭିଜ୍ଞ କୂଟନୀତିଜ୍ଞ ପ୍ରଣୟ ବର୍ମା ବାଂଲାଦେଶରେ ଭାରତର ନୂଆ ହାଇ କମିଶନର ନିଯୁକ୍ତି ହେବେ । ୧୯୯୪ ବ୍ୟାଚ୍ ଭାରତୀୟ ବିଦେଶ ସେବା ଅଧିକାରୀ ବର୍ମା ଏବେ ଭିଏତନାମାରେ ରାଷ୍ଟ୍ରଦୂତ ଅଛନ୍ତି। ଅନ୍ୟପକ୍ଷରେ ଭିଏତନାମାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ବି୍ରଟେନର ଭାରତୀୟ ହାଇ କମିଶନର ଭାବେ ଦାଇତ୍ୱ ନେବେ । କୁଏତ ରାଷ୍ଟ୍ରଦୂତ ସିବି ଜର୍ଜ ଜାପାନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ହୋଇପାରନ୍ତି ।
ସେହିପରି ଜାପାନର ରାଷ୍ଟ୍ରଦୂତ ସଞ୍ଜୟ ବର୍ମାଙ୍କୁ କାନାଡାର ହାଇ କମିଶନର ଭାବେ ନିଯୁକ୍ତି କରାଯାଇଛି । କାନ୍ଦ୍ରୀୟ ୟୁରୋପରେ ଅତିରିକ୍ତ ସଚିବ ଥିବୀ ନୀତିସ ଭୂଷଣ ନୁ୍ୟଜିଲାଣ୍ଡ ନୂଆ ରାଷ୍ଟ୍ରଦୂତ ହେବେ । ସିକା ଗୋରେ ଭାରତର କନସଲ ଜେନେରାଲ ଅମିତ କୁମାର ଦତକ୍ଷିଣ କୋରିଆର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ହେବେ ।