୮ ଡିଏସପିଙ୍କ ବଦଳି

୮ ଡିଏସପିଙ୍କ ବଦଳି

୮ ଡିଏସପିଙ୍କ ବଦଳି
କଟକ: ରାଜ୍ୟ ପୁଲିସ ଡିଏସପି ପାହ୍ୟାରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ସେହି କ୍ରମରେ ୮ ଜଣ ଡିଏସପିଙ୍କର ବଦଳି ହୋଇଛି । ଏ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କନ୍ଧମାଳରେ ଥିବା ଡିଏସପି ତୃପ୍ତି ରାଓ ପଟ୍ଟନାୟକଙ୍କୁ ଏସଡିପିଓ ଜି.ଉଦୟଗିରି ଭାବେ ବଦଳି କରାଯାଇଛି । ସେହିପରି ଏସଡିପିଓ ପାରଳାଖେମୁଣ୍ଡି ପ୍ରକାଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର ଡିଏସପି ହେଡକ୍ୱାର୍ଟର, ରାମକୃଷ୍ଣ ପତିଙ୍କୁ ବ୍ରହ୍ମପୁରରୁ ଏସଡିପିଓ ପାରଳାଖେମୁଣ୍ଡି, କନ୍ଧମାଳ ହେର୍ଡକ୍ୱାଟର ଡିଏସପି ଗୁଣନିଧି ମଲ୍ଲିକଙ୍କୁ ଏସଡିପିଓ କୋରାପୁଟ ସଦର, ସମ୍ବଲପୁର ଡିଏସପି ହିମାଂଶୁ ଭୂଷଣ ବେହେରାଙ୍କୁ ଏସଡିପିଓ ବଳଭଦ୍ର ଦୀପଙ୍କୁ ମାଲକାନଗିରି ହେଡକ୍ୱାର୍ଟର ଡିଏସପି, କରଞ୍ଜିଆ ଏସଡିପିଓ ନାରାୟଣ ନାୟକଙ୍କୁ କଳାହାଣ୍ଡି ହେଡକ୍ୱାର୍ଟର ଡିଏସପି ଏସଡିପିଓ ବଡ଼ବିଲ ସତ୍ୟବିକାଶ ଭୂୟାଁଙ୍କୁ ଏସଡିପିଓ କରଞ୍ଜିଆ ଭାବେ ବଦଳି କରାଯାଇଛି । ଭଦ୍ରକ ଜିଲ୍ଲା ପୁଲିସର ଡିଏସପି ଅଶୋକ କୁମାର ଦାସଙ୍କ ପୂର୍ବ ବଦଳି ଆଦେଶନାମାକୁ ବାତିଲ କରାଯାଇ ତାଙ୍କ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଛି ।