ଅକାଳରେ କେଶ ଧଳା ହେବା ପଛର କାରଣ
ଅକାଳରେ କେଶ ଧଳା ହେବା ପଛର କାରଣ
admin
Oct 18, 2019 - 10:54
Updated: Oct 18, 2019 - 10:54
ଏବେ ବିଦ୍ୟାଳୟ ଯାଉଥିବା ୧୫ ବର୍ଷ ବୟସର ପିଲାଙ୍କର ମଧ୍ୟ କେଶ ଧଳା ଅକାଳରେ ହେଉଛି । ବିଶେଷଜ୍ଞଙ୍କ ମତରେ, ଏହା ପଛରେ ବିଭିନ୍ନ କାରଣ ମାନ ରହିଛି ।
ପ୍ରଥମ କଥା ହେଲା ପ୍ରଦୂଷଣର ସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି । ଖାଦ୍ୟପାନୀୟ ବାବଦରେ ଯେତେ ସତର୍କ ହେଲେ ମଧ୍ୟ ପ୍ରଦୂଷଣର କୁ ପ୍ରଭାବରୁ ଆମେ ବର୍ତ୍ତିପାରୁନାହୁଁ । ଗାଡ଼ି ମଟର ଧୂଅାଁ ସହ ଅପମିଶି୍ରତ ଖାଦ୍ୟପାନୀୟ କାରଣରୁ ମଧ୍ୟ ଅକାଳରେ କେଶ ପାଚିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି ।
ଯୁବ ପିଢ଼ିଙ୍କର କେଶ ପାଚିବା ପଛର କାରଣ ହେଲା ସେମାନଙ୍କ ମାନସିକ ଚିନ୍ତା । କାମର ଚାପ ସହ ପରିବାରର ଦାୟିତ୍ୱ ବଢ଼ିଲେ ମଧ୍ୟ କେଶ ଉପରେ ପ୍ରଥମେ ପ୍ରଭାବ ପଡେ଼ । କେଶ ଦୁର୍ବଳ ହେବା ସହ ଝଡ଼ିଥାଏ ମଧ୍ୟ ।
ପର୍ଯ୍ୟାପ୍ତ ପରିମାଣରେ ନିଦ ନ ହେବା ଅନ୍ୟତମ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ଏହା କାରଣରୁ କେଶ ପାଚିବା ସହ ଖୁବ୍ ମାତ୍ରାରେ ଝଡ଼ିଥାଏ ।
ସକାଳେ ଜଳଖିଆ ନ କରିବା, ପନିପରିବା ଆଦି ନଖାଇବା କାରଣରୁ କେଶ ଉପରେ ଏସବୁର କୁପ୍ରଭାବ ପଡ଼ିଥାଏ ।
ପ୍ରତ୍ୟହ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ସହ ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ । ପାଣି ପିଇଲେ ତାହା କେଶ ପାଇଁ ଉତ୍ତମ ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରେ । ଏସବୁ ସହ ଅଁଳା ଫଳ ନଚେତ ରସକୁ ନିଜ ଡାଏଟରେ ସାମିଲ କରନ୍ତୁ ।
ପ୍ରତ୍ୟହ ନିଜ କେଶରେ ତେଲ ମାଲିସ କରିବା ସହ ସପ୍ତାହକୁ ଥରୁଟିଏ କେଶକୁ ବାମ୍ଫ ଦେବା ଉଚିତ ।
ପେସ୍ତାବାଦାମ, କାଜୁ ଇତ୍ୟାଦି ଡ୍ରାଏଫ୍ରୁଟସ ଖାଇଲେ ମଧ୍ୟ ଅକାଳ ପକ୍ୱତାରୁ ରକ୍ଷା ମିଳିଥାଏ ।