ଅଗଷ୍ଟ ୧୮ରେ ସୈନ୍ୟ ବାହିନୀ ନିଯୁକ୍ତି ରାଲି

ଅଗଷ୍ଟ ୧୮ରେ ସୈନ୍ୟ ବାହିନୀ ନିଯୁକ୍ତି ରାଲି

ଅଗଷ୍ଟ ୧୮ରେ ସୈନ୍ୟ ବାହିନୀ ନିଯୁକ୍ତି ରାଲି
ପାରାଦ୍ୱୀପ : ଲକ୍ଷ୍ମୀନାରାୟଣ ସାହୁ: ପାରାଦ୍ୱୀପ ସୈନ୍ୟବାହିନୀରେ ନିଯୁକ୍ତି ନିମେନ୍ତ ଆସନ୍ତା ଅଗଷ୍ଟ ୧୮.୦୮.୧୯ରିଖ ଠାରୁ ୨୪.୦୮.୧୯ରିଖ ପର୍ଯ୍ୟନ୍ତ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଏକ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ନିଯୁକ୍ତି ରାଲିରେ ଉପକୂଳ ଓଡିଶାର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିପାରିବେ । ଏଥି ନିମନ୍ତେ ଆବେଦନ ଫର୍ମ ପୁରଣ ଅନ୍ ଲାଇନ୍ ମାଧ୍ୟମରେ ଜୁନ୍ ୧୯.୦୬.୨୦୧୯ରିଖ ଠାରୁ ତା୦୨.୦୮.୨୦୧୯ରିଖ ମଧ୍ୟରେ କରିପାରିବେ । ୱେବ୍ସାଇଟ୍ www.joindiarmy.nic.in ମାଧ୍ୟମରେ ନିଯୁକ୍ତି ରାଲିରେ ଭାଗ ନେବା ନିମନ୍ତେ ନାମ ପଞ୍ଜିକରଣ ଓ ଆବେଦନ କରିପାରିବେ । ସୈନ୍ୟବାହିନୀରେ ନିଯୁକ୍ତି ନିମନ୍ତେ ମାଗଣାରେ ସିଧା ସଳଖ ଅଂଶ ଗ୍ରହଣ କରିପାରିବେ । ଭାରତୀୟ ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ କୌଣସି ମଧ୍ୟସ୍ଥି, ଦଲାଲ କିମ୍ବା ଅସାମାଜିକ ବ୍ୟକ୍ତି ପ୍ରତି ସତର୍କ ରହିବାକୁ ସୈନ୍ୟ ବାହିନୀ ନିଯୁକ୍ତି ନିର୍ଦ୍ଦେଶକ, କଟକ ସୂଚନା ଦେଇଛନ୍ତି । ନିଯୁକ୍ତି ରାଲିରେ ଭାଗନେବା ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀ ମାନଙ୍କୁ ରେଜିଷ୍ଟ୍ରିଭୁକ୍ତ ଇ-ମେଲରେ ଆଡ୍ମିଟ୍ କାର୍ଡ ପଠାଯିବ । ସୋଲଜର ଜେନେରାଲ, ଡ୍ୟୁଟି, ସୋଲଜର ଟେକ୍ନିକାଲ, ସୋଲଜର ଟେକ୍ନିକାଲ ନର୍ସିଙ୍ଗ ଆସିଷ୍ଟାଣ୍ଡ, ନର୍ସିଙ୍ଗ୍ ଆସିଷ୍ଟାଣ୍ଡ ଭେଟେନାରୀ, ସୋଲଜରକ୍ଳର୍କ, ସୋଲଜର ଟ୍ରେଡ୍ସ ମ୍ୟାନ ପଦବୀ ନିମେନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୈନ୍ୟବାହିନୀରେ ନିଯୁକ୍ତି ସ୍ୱଚ୍ଛ ପ୍ରକିୟା ମାଧ୍ୟମରେ ଅନୁଷ୍ଠିତ ହୁଏ । କୌଣସି ମଧ୍ୟସ୍ଥିଙ୍କୁ ନିଯୁକ୍ତି ନିମନ୍ତେ ଟଙ୍କାପଇସା ଦିଅନ୍ତୁ ନାହିଁ । ନିଯୁକ୍ତି ପ୍ରକ୍ରିୟା ଏକ ସ୍ୱଂୟଚାଳିତ ପ୍ରକ୍ରିୟା । ଶାରିରୀକ, ଲିଖିତ ଓ ମେଡିକାଲ ଟେଷ୍ଟରେ କେହି ପ୍ରାର୍ଥୀମାନଙ୍କୁ ସାହାର୍ଯ୍ୟ କରିପାରିବେ ନାହିଁ । ପ୍ରାର୍ଥୀମାନଙ୍କର ପରିଶ୍ରମ ହିଁ ପ୍ରତିଯୋଗିତାରେ ସୁନିଶ୍ଚିତ କରାଇବ । ଆବେଦନ ସଂପୂର୍ଣ୍ଣ ବିବରଣୀ ପାଇଁ ଜିଲ୍ଲା ର୍କମ ନୟୋଜନ ଅଧିକାରୀଙ୍କୁ ସଂପର୍କ କରିପାରିବେ । ଜଗତସିଂହପୁର ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ରେ ଅଗଷ୍ଟମାସ ୧୮ ତାରିଖରୁ ଅଗଷ୍ଟ ୨୪ ତାରିଖରେ ସୈନ୍ୟ ବାହିନୀ ନିଯୁକ୍ତି ରାଲିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।