ଅନର କିଲିଂ: ଇଂଜିନିୟରିଂ ଛାତ୍ରଙ୍କୁ ଏସିଡ ପକାଇ ଜାଳିଦେଲେ

ଅନର କିଲିଂ: ଇଂଜିନିୟରିଂ ଛାତ୍ରଙ୍କୁ ଏସିଡ ପକାଇ ଜାଳିଦେଲେ

ଅନର କିଲିଂ: ଇଂଜିନିୟରିଂ ଛାତ୍ରଙ୍କୁ ଏସିଡ ପକାଇ ଜାଳିଦେଲେ
ବରେଲି: ଉତ୍ତରପ୍ରଦେଶର ବରେଲିରେ ଅତି ଜଘନ୍ୟ କାଣ୍ଡ ଘଟିଛି । ପ୍ରେମ ପାଇଁ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଖାଲି ହତ୍ୟା ନୁହେଁ , ହତ୍ୟା ପୂର୍ବରୁ ତାଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଛି ଏବଂ ତାଙ୍କ ମୁହଁରେ ଏସିଡ ପକାଇ ଜାଳି ଦିଆଯାଇଛି । ମୋରାଦାବାଦର ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ର ସୁଧୀର ସାଇନି ବରେଲିରେ ଏକ ଇଂଜିନିୟରିଂ କଲେଜରେ ପଢ଼ନ୍ତି । ପ୍ରେମ ତାଙ୍କ ପାଇଁ କାଳ ହେଲା । ପ୍ରେମିକାର ପରିବାର ସଦସ୍ୟ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ଜଘନ୍ୟ ଅନର କିଲିଂ ବୋଲି କୁହାଯାଉଛି । ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସାଇନି ଘରୁ କଲେଜ ବାହାରିଥିଲେ । କିନ୍ତୁ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବାପରେ ମଧ୍ୟ ପାଇନଥିଲେ । ସାଇନିଙ୍କ ମର ଶରୀର ମୋରାଦାବାଦର ମୁଣ୍ଢା ପାଣ୍ଡେ ଅଞ୍ଚଳର ଏକ ପଡ଼ିଆରୁ ମିଳିଥିଲା । ସାଇନିଙ୍କ ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ତାଙ୍କୁ ଚିହ୍ନି ହୋଇନଥିଲା । ତେବେ ତାଙ୍କ ମର ଶରୀର ନିକଟରୁ ତାଙ୍କ ଇଂଜିନିୟରିଂ କଲେଜର କାର୍ଡ ମିଳିଥିଲା । ଏହାଦ୍ୱାରା ପୁଲିସ ତାଙ୍କୁ ଚିହ୍ନଟ କରିଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲା । ସାଇନିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ସେ ଯାହାକୁ ଭଲପାଉଥିଲେ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ହତ୍ୟା କରିଛନ୍ତି । ସାଇନିଙ୍କ ପ୍ରେମିକାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାବତ ଏହି ମାମଲାରେ ୩ଜଣଙ୍କୁ ଆଜି ଗିରଫ କରାଯାଇଛି ।