କପି କରିବାକୁ ୬ ଲକ୍ଷର ‘ବ୍ଲୁଟୁଥ ସ୍ଲିପର’

କପି କରିବାକୁ ୬ ଲକ୍ଷର ‘ବ୍ଲୁଟୁଥ ସ୍ଲିପର’

କପି କରିବାକୁ ୬ ଲକ୍ଷର ‘ବ୍ଲୁଟୁଥ ସ୍ଲିପର’


ବିକାନେର : ରାଜସ୍ଥାନର କିଛି ପରୀକ୍ଷାର୍ଥୀ ରିଟ (ରାଜସ୍ଥାନ ଇଲିଜିବିଲିଟି ଏକଜାମିନେସନ ଫର ଟିଚର୍ସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ । ପାଠ ନ ପଢ଼ି କପି କରି ପରୀକ୍ଷାରେ ସଫଳତା ହାସଲ ପାଇଁ ବୁଦ୍ଧି ଖଟାଇଥିଲେ । ଜଣକା ୬ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ବ୍ଲୁଟୁଥ ସ୍ଲିପର କିଣିଥିଲେ । କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟ ହେଲା ଏହି ହାଇ-ଟେକ୍ କପି ଯୋଜନା ସଂପର୍କରେ ପୁଲିସକୁ ସୁରାକ ମିଳି ଯାଇଥିଲା । ଫଳରେ ପରୀକ୍ଷା ଦେବା ପୂର୍ବରୁ ସେମାନେ ଧରା ପଡ଼ିଯାଇଥିଲେ । ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ପରିକ୍ଷାର୍ଥୀ ବୋଲି ଜଣାଯାଇଛି । ସ୍ଲିପର ଭିତରେ ଥିବା ସିମ ଏବଂ ବ୍ଲୁଟୁଥର ସଂଯୋଗ ମୋବାଇଲ ଫୋନ ସହ ରହିଥିଲା । ଏହାକୁ ବ୍ୟବହାର କରି ସେମାନେ କପି କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୫ ଜଣ ଏହି ସ୍ଲିପର କିଣିଥିବା ପୁଲିସ ଜାଣିବାକୁ ପାଇଛି । ତେବେ ପାରକ୍ଷାିର୍ଥୀଙ୍କ ଏ ପ୍ରକାର ବୁଦ୍ଧି ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଲଜ୍ଜିତ ହେବାକୁ ପଡ଼ିଛି । କେହି କେହି କହିଛନ୍ତି ପଢ଼ାରେ ଯଦି ଏହି ବୁଦ୍ଧିରୁ ୫୦ ପ୍ରତଶତ ସେମାନେ ଲଗାଇଥାନ୍ତେ ତା’ହେଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଥାନ୍ତେ ।