ଅନଲକ ୩.୦ : ହଟିବ ରାତି କର୍ଫୁ୍ୟ, ଖୋଲିବ ଜିମ
ଅନଲକ ୩.୦ : ହଟିବ ରାତି କର୍ଫୁ୍ୟ, ଖୋଲିବ ଜିମ
admin
Jul 29, 2020 - 14:05
Updated: Jul 29, 2020 - 14:05
ନୂଆଦିଲ୍ଲୀ : ଅନଲକ ୩.୦ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । କରୋନା ସ୍ଥିତି ଗମ୍ଭୀର ଥିଲେ ବି ଅନେକ କିଛି କୋହଳ କରାଯାଇଛି । ଅଗଷ୍ଟ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ତେବେ କଂଟେନମେଂଟ ଜୋନରେ କିନ୍ତୁ କଟକଣା ଜାରିରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
୧. ରାତ୍ରକାଳୀନ କର୍ଫୁ୍ୟ ଉଠିଯିବ
୨. ଅଗଷ୍ଟ ୫ରୁ ଯୋଗ, ଜିମ ସେଂଟର ଖୋଲିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବ ।
୩. ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନକୁ ଅନୁମତି ପ୍ରଦାନ
୪. ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ କୋଚିଂ ସେଂଟର ବନ୍ଦ ରହିବ
୫. ବନେ୍ଦ ଭାରତ ମିଶନ ଜରିଆରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ
୫. ମେଟ୍ରୋ ରେଳ, ସିନେମା ହଲ, ସୁଇମିଂ ପୁଲ, ପାର୍କ, ଥିଏଟର, ବାର, ଅଡ଼ିଟୋରିୟମ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ସ୍ଥିତିକୁ ଅନୁଶୀଳନ କରିବା ପରେ କେଉଁଟା କେବେ ଖୋଲିବ ସେନେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।
୬. ଅଗଷ୍ଟ ୩୧ ପର୍ଯ୍ୟନ୍ତ କଂଟେନମେଂଟ ଜୋନରେ ଲକଡାଉନ କଡ଼ାକଡ଼ି ଭାବେ ପାଳନ କରାଯିବ ।
୭. କଂଟେନମେଂଟ ଜୋନ ସମ୍ପର୍କରେ ସ୍ଥାନୀୟ ଜିଲ୍ଲାପାଳମାନେ ୱେବସାଇଟରେ ଉଲ୍ଲେଖ କରିବେ ।
୮. କଂଟେନମେଂଟ ଜୋନ ବାହାରେ କାହାକୁ ଅନୁମତି ମିଳିବ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ । ଆନ୍ତଃ ରାଜ୍ୟ ବା ରାଜ୍ୟ ଭିତରେ ସାମଗ୍ରୀ ପରିବହନ ଓ ବ୍ୟକ୍ତି ଯା’ଆସ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଦରକାର ନାହିଁ ।