ଅନୁଭବ, ବର୍ଷା ବିବାହ ବିଚ୍ଛେଦ ମାମଲା: ବର୍ଷା ଆସିଲେନି
ଅନୁଭବ, ବର୍ଷା ବିବାହ ବିଚ୍ଛେଦ ମାମଲା: ବର୍ଷା ଆସିଲେନି
କଟକ: କଟକ ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ଅନୁଭବଙ୍କ ଜେରା ବନ୍ଦ ରଖାଯାଇଛି । ସୋମବାର ଅଦାଲତରେ ମାମଲାର ଶୁଣାଣି ଚାଲିଥିବାବେଳେ ବର୍ଷା ଆସିନଥିଲେ କିମ୍ବା ତାଙ୍କ ପକ୍ଷରୁ କୌଣସି ଜବାବ ରଖାଯାଇନଥିଲା । ଫଳରେ ଅଦାଲତ ଏହି ମାମଲାରେ ଅନୁଭବଙ୍କୁ ଚାଲିଥିବା ଜେରାକୁ ବନ୍ଦ କରି ଦେଇଛନ୍ତି ।
ଅପରପକ୍ଷରେ ଆଉ ସାକ୍ଷ୍ୟ ପ୍ରଦାନର ଆବଶ୍ୟକତା ନଥିବା ଦର୍ଶାଇ ଅନୁଭବଙ୍କ ପକ୍ଷରୁ ସୋମବାର ଏକ ପିଟିସନ୍ ଫାଇଲ୍ କରାଯାଇଛି । ମାମଲାର ଶୁଣାଣି ଅଦାଲତ ଆସନ୍ତା ଅଗଷ୍ଟ ୧୦ ତାରିଖକୁ ଧାର୍ୟ୍ୟ କରିଛନ୍ତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାର ଶୁଣାଣି ପରିବାର ଅଦାଲତରେ ଚାଲିଛି ।
ଗତ ଥର ଶୁଣାଣି ଶେଷ ହେବା ପରେ ଅନୁଭବ କୋର୍ଟରେ ବର୍ଷାଙ୍କ ଆଇନଜୀବୀଙ୍କୁ ଏକ ‘ଶ୍ରୀମଦ୍ ଭଗବତ୍ ଗୀତା’ ପୁସ୍ତକ ଉପହାର ଆକାରରେ ଦେବା ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।