ଅବସର ନେଲେ ଇରଫାନ ପଠାନ

ଅବସର ନେଲେ ଇରଫାନ ପଠାନ

ଅବସର ନେଲେ ଇରଫାନ ପଠାନ
ମୁମ୍ବାଇ: ଟ୍ୱେଣ୍ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ ପଠାନ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି । ଆଘାତଜନିତ କାରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ବେଶୀ ଦିନ ତିଷ୍ଠି ପାରିନଥିଲେ ଇର୍ଫାନ । ସେ ୨୦୧୨ ଅକ୍ଟୋବର ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ (ଟ୍ୱେଣ୍ଟି-୨୦) ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଇର୍ଫାନ ସୁଇଂ ବୋଲିଂ ପାଇଁ ପରିଚିତ ଥିଲେ । ୨୦୦୪ ଜାନୁଆରି ୯ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୦୭ ଟି-୨୦ ବିଶ୍ୱକପର ପାକିସ୍ତାନ ବିପକ୍ଷ ଫଇନାଲରେ ଚମକ୍ରାର ପ୍ରଦର୍ଶନ କରି ଭାରତକୁ ବିଶ୍ୱ ବିଜେତା କରିବା ସହିତ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ୨୦୦୬ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ମ୍ୟାଚର ପ୍ରଥମ ଓଭରରେ ଐତିହାସିକ ହ୍ୟାଟ୍ରିକ୍ ମଧ୍ୟ ଅର୍ଜନ କରିଥିଲେ । ଇର୍ଫାନ୍ ସେହି ଟେଷ୍ଟରେ ପାକିସ୍ତାନର ସଲମନ ବଟ୍ଟ, ୟୁନିସ୍ ଖାନ୍ ଓ ମହମ୍ମଦ ୟୁସୁଫ୍ଙ୍କୁ କ୍ରମାଗତ ବଲ୍ରେ ଶିକାର କରିଥିଲେ । ଯାହାକି ହରଭଜନ ସିଂହଙ୍କ ପରେ ଟେଷ୍ଟ୍ ହ୍ୟାଟ୍ରିକ୍ ନେବାରେ ସେ ଦ୍ୱିତୀୟ ଭାରତୀୟ ବୋଲର ରହିଥିଲେ ।