ଖାଦ୍ୟ ସ୍ୱାଦିଷ୍ଟ ହେବ

ଖାଦ୍ୟ ସ୍ୱାଦିଷ୍ଟ ହେବ

ଖାଦ୍ୟ ସ୍ୱାଦିଷ୍ଟ ହେବ
ପ୍ରତ୍ୟେକ ମହିଳା ଇଚ୍ଛା କରନ୍ତି ସେମାନେ ପ୍ରସ୍ତୁତ କରିଥିବା ଖାଦ୍ୟ ସମସ୍ତେ ପସନ୍ଦ କରନ୍ତୁ । ରୋଷେଇ ଘରେ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରୁଥିଲେ ଏପରି କେତେକ କଥା ପ୍ରତି ଦୃଷ୍ଟି ଦେଇପାରନ୍ତି । ଛୋଲେ ଭଟୁରେ ପ୍ରସ୍ତୁତ କରୁଥିଲେ ଭଟୁରେ ତିଆରି କରିବା ପାଇଁ ମଇଦା ସହିତ ସୁଜି ମିଶାନ୍ତୁ । ଏଥିରେ ଭଟୁରେ ନରମ ଓ ସ୍ୱାଦିଷ୍ଟ ହୋଇପାରିବ । ସବୁବେଳେ ଧିମା ଆଞ୍ଚରେ ରୋଷେଇ କଲେ ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ଏହାର ପୋଷକ ତତ୍ତ୍ୱ ସଠିକ ରହିଥାଏ । ଟମାଟୋ ସୁପ ପାଇଁ ଟମାଟୋ ସିଝାଇବା ବେଳେ ଏହା ସହିତ ଗୋଟିଏ କଞ୍ଚାଲଙ୍କା, ପାଢ଼ୁଡାଏ ରସୁଣ ଏବଂ ଛୋଟ ଅଦା ଖଣ୍ଡେ ପକାଇ ସିଝାନ୍ତୁ । ସୁପର ସ୍ୱାଦ ବଢ଼ିଯିବ । ଆମ୍ବ ଆଚର ପ୍ରସ୍ତୁତ କରିବା ସମୟରେ ଯଦି ଏହାର ଫାଙ୍କରେ ଲୁଣ, ହଳଦୀ ଲଗାଇ ରଖିଥାନ୍ତି, ତେବେ ଏହା ସହିତ ୧-୨ ଚାମଚ ଗୁଣ୍ଡ ଚିନି ସେଥିରେ ପକାଇ ଦିଅନ୍ତୁ । ଆଚାରରୁ ଅତିରିକ୍ତ ଜଳୀୟ ଅଂଶ ବାହାରିଯିବ ଏବଂ ରଙ୍ଗ ମଧ୍ୟ ଖରାପ ହେବନି । ନୁଡଲସ, ମାକାରୋନି କିମ୍ବା ପାସ୍ତା ସିଝାଇବା ପରେ ଥଣ୍ଡା ପାଣିରେ ପକାଇ ଧୋଇ ଦିଅନ୍ତୁ । ଏଗୁଡ଼ିକ ପରସ୍ପର ପ୍ରତି ଲାଗିଯିବ ନାହିଁ ।