ଅର୍ଚ୍ଚିତାଙ୍କ ଭିନ୍ନ ପ୍ରକାର ଲୁକ

ଅର୍ଚ୍ଚିତାଙ୍କ ଭିନ୍ନ ପ୍ରକାର ଲୁକ

ଅର୍ଚ୍ଚିତାଙ୍କ  ଭିନ୍ନ ପ୍ରକାର ଲୁକ
ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସାମାଜିକ ଗଣମାଧ୍ୟମରେ ବହୁତ ସକି୍ରୟ ଅଛନ୍ତି । ଖାସ କରି ଇନଷ୍ଟାଗ୍ରାମରେ ପ୍ରତିଦିନ ସେ କିଛି ପୋଷ୍ଟ କରନ୍ତି । ସେ ସୁଟିଂ ସେଟରେ ଫଟୋ ହେଉ ଅବା କୁଆଡେ଼ ବୁଲୁଥିବା ସମୟର । ତେବେ ନିକଟରେ ଅର୍ଚ୍ଚିତା ଏକ ଷାଠିଏ ଦଶକର ଅର୍ଥାତ କଳାଧଳା ସମୟର ଅଭିନେତ୍ରୀଙ୍କ ପରି ସଜ ହୋଇ ଏକ ଫଟୋ ଛାଡ଼ିଛନ୍ତି । ଫଟୋରେ ସେ ଲେଖିଛନ୍ତି କଳା ଧଳା ସମୟରେ ତୁମର ପି୍ରୟ ଅଭିନେତ୍ରୀ କିଏ ଥିଲେ? ଏହା ସହିତ ସେ ତାଙ୍କର ପି୍ରୟ ଅଭିନେତ୍ରୀ ମଧୁବାଲା ବୋଲି ଉଲ୍ଲେଖ କରିଛନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କୁ ପୋଷ୍ଟରେ କଳା ଧଳା ସମୟରେ ନିଜ ନିଜ ପି୍ରୟ ଅଭିନେତ୍ରୀଙ୍କ ନାଁ ଲେଖିଛନ୍ତି । ଜଣେ ୟୁଜର୍ସ ଅର୍ଚ୍ଚିତାଙ୍କୁ ମୀନା କୁମାରୀଙ୍କ ପରି ଦିଶୁଥିବା କହିଛନ୍ତି ।