ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ


ଭୁବନେଶ୍ୱର: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ତଦନୁଯାୟୀ  ଡ. ପ୍ରମୋଦ କୁମାର ମେହେର୍ଦ୍ଧା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି।  ସେ କେନ୍ଦ୍ରରେ ଏନଏଫଏସଏମ ଏମଡିଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।