ଆଜି ଜାତୀୟ ମତଦାତା ଦିବସ

ଆଜି ଜାତୀୟ ମତଦାତା ଦିବସ

ଆଜି ଜାତୀୟ ମତଦାତା ଦିବସ
ଆଜି ଆମ ଦେଶର ‘ଜାତୀୟ ମତଦାତା ଦିବସ’ ବା ‘ନେସନାଲ ଭୋଟର୍ସ ଡେ’ । ଅଧିକରୁ ଅଧିକ ଯୁବାଙ୍କୁ ରାଜନୈତିକ ପ୍ରକି୍ରୟାରେ ଭାଗ ନେବାକୁ ଉତ୍ସାହିତ କରିବା ନିମନ୍ତେ ୨୦୧୧ ରୁ ପ୍ରତି ବର୍ଷ ଜାନୁଆରି ୨୫ ରେ ଏହି ଦିବସ ପାଳନ କରାଯାଉଛି । ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହା ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ । ୧୯୫୦ ଜାନୁଆରି ଏହି ଦିନରେ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା । ପ୍ରତି ବର୍ଷ ଜାନୁଆି ୨୫ ରେ ନୂଆ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଉଛି । ଏଥିପାଇଁ ଚିହ୍ନଟ ପ୍ରକି୍ରୟା ପୂର୍ବରୁ ଆରମ୍ଭ ହେଉଛି । ୧୯୮୮ ପର୍ଯ୍ୟନ୍ତ ମତଦାତାଙ୍କ ବୟସ ଏକୋଇଶି ବର୍ଷ ଥିଲା । ଏହି ବର୍ଷ ଏହାକୁ ଅଠର ବର୍ଷ କରାଯାଇଥିଲା ।