ଆଜି ଠାରୁ କୋଭିଡ୍-୧୯ କଟକଣା କଡ଼ାକଡ଼ି ପାଳନ କରାଯିବ
ଆଜି ଠାରୁ କୋଭିଡ୍-୧୯ କଟକଣା କଡ଼ାକଡ଼ି ପାଳନ କରାଯିବ
admin
Mar 25, 2021 - 07:32
Updated: Mar 25, 2021 - 07:32
ଭୁବନେଶ୍ୱର: ଆଜି ଠାରୁ କୋଭିଡ୍-୧୯ କଟକଣା କଡ଼ାକଡ଼ି ପାଳନ କରାଯିବ । ବିମାନ ଓ ରେଳ ଯୋଗେ ଅନ୍ୟରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ରାପିଡ୍ ଆଣ୍ଟିଜେନ ଟେଷ୍ଟିଂ ପ୍ରକ୍ରିୟା ପୁଣି ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି । ବିଶେଷ କରି ମୁମ୍ବାଇରୁ ଫେରୁଥିବା ପ୍ରବାସୀଙ୍କ ଠାରୁ ଅଧିକ ସଂକ୍ରମଣ ଆଶଙ୍କା ରହୁଛି । ଲକ୍ଷଣ ନଥାଇ ମଧ୍ୟ ଅନେକଙ୍କଠାରେ ଭୂତାଣୁ ରହୁଥିବା ଦେଖାଯାଉଛି । ତେଣୁ ବୁଧବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପ୍ରେମଚନ୍ଦ୍ର ଚୌଧୁରୀ ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବୁଲି ସ୍ଥିତି ପରଖି ଥିଲେ। ପ୍ରତିଦିନ ଭୁବନେଶ୍ୱର ରେଳ ଷ୍ଟେସନରେ ୨୦୦ ଏବଂ କୋଭିଡ୍ ଲକ୍ଷଣ ଦେଖାଯାଉଥିବା ଅନ୍ୟ ପ୍ରବାସୀଙ୍କ ଆଣ୍ଟିଜେନ ଟେଷ୍ଟିଂ କରାଯିବ । ସେଠାରେ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବ । ବିମାନବନ୍ଦରରେ ମଧ୍ୟ ସମାନ ଭାବେ ଆଣ୍ଟିଜେନ ଟେଷ୍ଟିଂ ହେବ । ବିଏମ୍ସି ପକ୍ଷରୁ ଏକ ପ୍ରଚାର ଭ୍ୟାନ୍ ବୁଲି ସଚେତନ କରାଉଛି । ବିଏମ୍ସି କମିଶନରଙ୍କ ପରିଦର୍ଶନ ସମୟରେ ସହିଦ୍ନଗର ଏସିପି ଅନିଲ କୁମାର ମିଶ୍ର, ବିଏମ୍ସିର ସମସ୍ତ ଡେପୁଟି କମିଶନର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।