ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ: ଗତକାଲି ହେରାପଞ୍ଚମୀ ନୀତି ସମାପ୍ତ ପରେ ଆଜିଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି  ତିନି ରଥକୁ ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆଜି ସକାଳ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବେ।   ଏହି ଅଜ୍ଞାମାଳ ରଥରେ ଲାଗି ହେବ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ହେବ। ପ୍ରଥମେ  ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ କରାଯିବ। ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ।