ଆଜି ପୁଣି ଭୁବନେଶ୍ୱରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ।

ଆଜି ପୁଣି ଭୁବନେଶ୍ୱରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ।

ଆଜି ପୁଣି ଭୁବନେଶ୍ୱରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ।
କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାରି ଭିତରେ ଆଜି ଭୁବନେଶ୍ୱର ସହରରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ହସ୍ପିଟାଲ ଓ ଜଣେ ହୋମ କ୍ୱାରେଣ୍ଟାଇନ କେସ । ଆପୋଲୋ ହସ୍ପିଟାଲର ଜଣେ ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ୪୬ ବର୍ଷୀୟା ମହିଳା କର୍ମଚାରୀଙ୍କ ଘର ଗାଡ଼କଣ ଅଞ୍ଚଳରେ ବୋଲି ଜଣାଯାଇଛି । ହୋମ କ୍ୱାରେଣ୍ଟାଇନ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଅଞ୍ଚଳ ଜଣେ ୩୦ ବର୍ଷୀୟ ଯୁବକ । ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟ ପଜିଟିଭ ଥିଲେ । ପ୍ରକାଶ ଯେ, ଶୁକ୍ରବାର ରାଜ୍ୟରେ ପୁଣି ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୫ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ଏଥିସହ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଛି ।