ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ, ୩୧ ସୈନିକଙ୍କ ସହ ୩୪ ମୃତ
ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ, ୩୧ ସୈନିକଙ୍କ ସହ ୩୪ ମୃତ
admin
Nov 30, 2020 - 09:42
Updated: Nov 30, 2020 - 09:42
କାବୁଲ: ରବିବାର ଆଫଗାନିସ୍ତାନର କାବୁଲ ଏବଂ ଗଜନୀରେ ହୋଇଥିବା ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩୧ ଜଣ ସୈନିକଙ୍କ ସମେତ ମୋଟ ୩୪ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ଗୁଡ଼ିକ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ରିପୋର୍ଟ ଅନୁଯାୟୀ ପ୍ରଥମ ଆକ୍ରମଣ ଏକ ସେନାଘାଟି ଉପରେ ହୋଇଥିଲା । ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଏକ ହମଭି ଗାଡ଼ିକୁ ନେଇ ପୂର୍ବ ଗଜନୀ ସ୍ଥିତ ଏକ କମାଣ୍ଡୋ ବେସରେ ଧକ୍କା ଦେଇଥିଲା । ଏହା ଯୋଗୁଁ ସେଠାରେ ୩୧ ଜଣ ସୈନିକ ପ୍ରାଣ ହରାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ଏହି କମାଣ୍ଡୋମାନେ ଗଜନୀ ପ୍ରଦେଶରେ ତାଲିବାନ ବିରୋଧରେ ସେନା ଓ ପୁଲିସ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ସେମାନଙ୍କୁ ସହଯୋଗ କରୁଥିଲେ । ତେଣୁ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ । ଦ୍ୱିତୀୟ ଘଟଣାରେ ଦକ୍ଷିଣ ଆଫଗାନିସ୍ତାନର କାବୁଲରେ ସେଠାକାର ପ୍ରାଦେଶିକ କାଉନସିଲ ମୁଖ୍ୟଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ତାଙ୍କ କନଭୟକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଥିଲେ । ଏହି ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୨୧ ଜଣ ଆହତ େହାଇଥିଲେ ।