ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ
ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ
admin
Nov 25, 2020 - 14:34
Updated: Nov 25, 2020 - 14:34
ନୂଆଦିଲ୍ଲୀ : ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ ପ୍ରସ୍ତୁିତ କରାଯାଇଛି । ଏହି ଗାଇଡଲାଇନ ଅନୁଯାୟୀ ଆସନ୍ତା ଡିସେମ୍ବର ୧ ତାରିଖରୁ ବିମାନ ଚଳାଚଳ ପୁନର୍ବାର ଆରମ୍ଭ କରାଯିବ । ବିମାନ ଉଡାଣ ଆରମ୍ଭ ହୋଇଥିଲେ ମଧ୍ୟ ପୂର୍ଣ୍ଣ କ୍ଷମତାରେ ବିମାନ ଉଡାଣ କରିବ ନାହିଁ । ଏହା ବ୍ୟତିତ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଖୋଲିପାରିବ । ସେହିପରି ଇନ୍ଡୋର୍ ହଲ୍ରେ ଦର୍ଶକଙ୍କ ସଂଖ୍ୟା ୨୦୦ରେ ସୀମିତ ରଖିବାକୁ ପଡିବ ବୋଲି ସୂଚନା ରହିଛି । କ୍ରୀଡାବିତ୍ଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ରହିଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ରହିଛି । ସାମାଜିକ, କ୍ରୀଡା,ମନୋରଞ୍ଜନ, ଶୈକ୍ଷିକ କାର୍ୟ୍ୟକୁ ସର୍ତ୍ତମୂଳକ ଅନୁମତି ମିଳିଛି ।