ଇସ୍ତଫା ଦେଲେ ପିସିସି ସଭାପତି

ଇସ୍ତଫା ଦେଲେ ପିସିସି ସଭାପତି

ଇସ୍ତଫା ଦେଲେ ପିସିସି ସଭାପତି

ନୂଆଦିଲ୍ଲୀ : ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ପଦରୁ ଇସ୍ତଫା ଦେଇଛନ୍ତି  । କଂଗ୍ରେସରେ ବିବାଦ ତୀବ୍ର ହୋଇଥିବାରୁ ସିଦ୍ଧୁ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି  । ଅପରପକ୍ଷରେ କ୍ୟାପଟେନ ଅମିରନ୍ଦର ସିଂ ବିଜେପିରେ ଯୋଗଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଆଜି ଅମିରନ୍ଦର ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି  ।

ସିଦ୍ଧୁ ନିଜର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଛନ୍ତି  । ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ପଦ ଛାଡ଼ିଛନ୍ତି  । ତେବେ ସେ କଂଗ୍ରେସରେ ରହି ଦଳ ପାଇଁ କାମ କରିବେ ବୋଲି କହିଛନ୍ତି  ।

ମିଳିଥିବା ସୂଚନା ଅନୁଯାୟୀ, ଅମିରନ୍ଦରଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ସେ କ୍ଷୁବ୍ଧ ଅଛନ୍ତି  । ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ତାଙ୍କର ସମ୍ପର୍କ ବହୁତ ତିକ୍ତ ହୋଇସାରିଛି  । ଅପରପକ୍ଷରେ ଅମିରନ୍ଦର ନିଜ ପାଖରେ ବିକଳ୍ପ ଅଛି ବୋଲି ସଂକେତ ଦେଇଥିଲେ  । ଆଜି ଅପରାହ୍ନରେ ଅମିରନ୍ଦର ସିଂ ଚଣ୍ଡୀଗଡ଼ରୁ ନୂଆଦିଲ୍ଲୀ ଆସିବେ  । ସେ ନୂଆଦିଲ୍ଲୀରେ ପହଁଚିବା ପରେ ନଡା ଓ ଶାହାଙ୍କ ସହ ଆଲୋଚନା କରିବେ  । ସମ୍ପ୍ରତି କୃଷି ଆଇନକୁ ନେଇ ପଞ୍ଜାବରେ ବିଜେପି ବ୍ୟାକଫୁଟରେ ରହିଛି  । ତେଣୁ ଅମିରନ୍ଦର ବିଜେପିକୁ ଗଲେ ତାଙ୍କର କ୍ଷତି ହେବବୋଲି ଆକଳନ କରାଯାଉଛି  ।