ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି

ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି

ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି। ଏଥିରେ କୃଷକ, ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦିଆଯାଇଛି। ତେବେ ୨୦୧୯ ନିର୍ବାଚନ ଲାଗି ଦଳ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। ୧- ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଛାଡ଼ କରାଯିବ ୨- ଗରିବଙ୍କୁ ୬ ହଜାର ଟଙ୍କାର ଆୟର ଗ୍ୟାରେଣ୍ଟି ଦିଆଯିବ ୩- ଋଣ ପରିଶୋଧ କରି ସାରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ ହେବ ୪- ସବୁ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ ୫- ଚାଷୀମାନଙ୍କୁ ଚାଷ ପାଇଁ ବ୍ୟବହୃତ ବିଦୁ୍ୟତ ଶୁଳ୍କ ଛାଡ଼ କରାଯିବ ୬- ଦ୍ୱାଦଶ ଶ୍ରେଣୀ ଯାଏଁ ମହିଳାମାନଙ୍କୁ ମୁକ୍ତ ଶିକ୍ଷା ଦିଆଯିବ ୭- ବିଧାବଙ୍କୁ ୨ ହଜାର ଟଙ୍କାର ପେନସନ ଦିଆଯିବ ୮- ୮୦ ବର୍ଷରୁ ଊଦ୍ଧ୍ୱର୍ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ ୯- ମହିଳାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯିବ ୧୦- ଅଙ୍ଗନୱାଡ଼ିରେ କାମ କରୁଥିବା ମହିଳାଙ୍କ ଚାକିରି ନିୟମିତ କରାଯିବ । ୧୧- ସର୍ବନିମ୍ନ ଦରମା ୯ ହଜାର ଟଙ୍କା କରାଯିବ ୧୨- ସବୁ ବର୍ଗର ଶିକ୍ଷକଙ୍କୁ ଗୋଟିଏ କରି କେନ୍ଦ୍ରୀୟ ହାରରେ ଦରମା ଦିଆଯିବ ୧୩- ୨୦୧୪ ସୁଦ୍ଧା ସବୁ ଭୂମିହୀନମାନଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦିଆଯିବ ୧୪- ନିଶାମୁକ୍ତ ଓଡ଼ିଶା- ଏଥିଲାଗି ବ୍ୟାପକ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଛି ରାଜ୍ୟରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି ୧୫- ଆଧୁନିକ ଶିଳ୍ପ: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ୧୬- ବେଳାଭୂମି ବିକାଶ:୪୯୦ କିମି ସମୁଦ୍ରତଟକୁ ବିକାଶ କରିବା ଲାଗି ବ୍ୟାପକ ‘ବେଳାଭୂମି ବିକାଶ ନୀତି ପ୍ରଣୟନ’ ୧୭- ରାଜ୍ୟରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି