ଉହାନରୁ ଆଉ ଏକ ଭୟଙ୍କର ଭୂତାଣୁ ‘ନିଓକୋଭ’ ର ସନ୍ଧାନ

ଉହାନରୁ ଆଉ ଏକ ଭୟଙ୍କର ଭୂତାଣୁ ‘ନିଓକୋଭ’ ର ସନ୍ଧାନ

ଉହାନରୁ ଆଉ ଏକ ଭୟଙ୍କର ଭୂତାଣୁ ‘ନିଓକୋଭ’ ର ସନ୍ଧାନ

ଉହାନ: ଚୀନର ଯେଉଁ ସହରରୁ ମହାମାରୀ କରୋନା ଉତ୍ପତ୍ତି ହୋଇଥିଲା ସେଇ ସହରରୁ ଆଉ ଏକ ଭୟଙ୍କର ଭୂତାଣୁର ସନ୍ଧାନ ମିଳିଛି। ଏଠାରେ କାର୍ୟ୍ୟରତ ବୈଜ୍ଞାନିକମାନେ କରୋନାର ନୂଆ ରୂପ ନିଓକୋଭ ଭାଇରସକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି।

ଏହି ନୂତନ କରୋନା ଭାଇରସ ଅତ୍ୟନ୍ତ ସଂକ୍ରାମକ। ଏଥିସହ ନିଓକୋଭରେ ଆକ୍ରାନ୍ତ ହେଉଥିବା ପ୍ରତି ୩ ଜଣଙ୍କୁ ମଧ୍ୟରୁ ଜଣେ ପ୍ରାଣ ହରାଇବାର ଆଶଙ୍କା ମଧ୍ୟ ରହିଛି। ଚାଇନିଜ ବୈଜ୍ଞାନିକମାନେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ି ମାନଙ୍କ ଶରୀରରୁ ଏହି ନୂତନ କରୋନା ଭାଇରସ ନିଓକୋଭ ମିଳିଛି।

ଏହା ଭବିଷ୍ୟତରେ ମାନବଜାତି ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇପାରେ। ଭାଇରସ ଯୋଗୁ ସାଧାରଣ ଥଣ୍ଡାରୁ ସିଭିୟର ରୋଗ ସୃଷ୍ଟି ହୋଇପାରେ। ତଥାପି ଏହି ଭାଇରସର ଉପରେ ଅଧିକ ଗବେଷଣାର ଆବଶ୍ୟକ ରହିଛି। ଏଯାଏ ଏହି ଭାଇରସ ମଣିଷମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ସେମାନେ କହିଛନ୍ତି।

ରୁଷ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ନିଓକୋଭ୍ ସାର୍ସ କୋଭ ଭାଇରସର ବଂଶଧର। ୨୦୧୨ ଓ ୨୦୧୫ରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହା ଠାବ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ ରହୁଥିବା ବାଦୁଡ଼ି ମାନଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଏହି ଭାଇରସ କେବଳ ବାଦୁଡ଼ିମାନଙ୍କ ଶରୀରରେ ବ୍ୟାପୁଛି ବୋଲି ଚାଇନିଜ ଏକାଡେମୀ ଅଫ ସାଇନ୍ସ ଓ ଉହାନ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗୁରୁତ୍ୱର ସହ ନେଇଛି। ଏହା ମାନବଜାତି ପ୍ରତି କ’ଣ ବିପଦ ସୃଷ୍ଟି କରିବ, ସେକଥା ଅଧିକ ଗବେଷଣା ପରେ ଜଣାପଡ଼ିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।