ନାଜାଲ୍‌ ଭାକ୍‌ସିନ୍‌ର ଟ୍ରାଏଲ୍‌ ପାଇଁ ମିଳିଲା ଅନୁମତି

ନାଜାଲ୍‌ ଭାକ୍‌ସିନ୍‌ର ଟ୍ରାଏଲ୍‌ ପାଇଁ ମିଳିଲା ଅନୁମତି

ନାଜାଲ୍‌ ଭାକ୍‌ସିନ୍‌ର ଟ୍ରାଏଲ୍‌ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନାକୁ ମାତ ଦେବାକୁ ଟିକା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତୃତୀୟ ଲହରରେ ସଂକ୍ରମଣ ଅଧିକ ରହିଥିଲେ ମଧ୍ୟ ମୃତ୍ୟୁହାର କମ୍‌ ରହିଛି। ଏହି କ୍ରମରେ ନାଜାଲ୍ କୋଭିଡ୍ ଭ୍ୟାକସିନ୍ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ୍ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି।

ଏହି ଟିକା ଶରୀରରେ ସଂକ୍ରମଣ ହୋଇଥିବା ସ୍ଥାନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବପାରିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ୟ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ପରେ ଯେଉଁମାନେ କୋଭାକ୍ସିନର ୨ଟି  ଡୋଜ୍ ନେଇ ସାରିଛନ୍ତି, ସେମାନେ ଏହି ନାଜାଲ୍ ଭ୍ୟାକସିନର ବୁଷ୍ଟର ଡୋଜ୍ ନେଇପାରିବେ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଜେନେରାଲଙ୍କ ମୁତାବକ, ଦେଶର ୯ଟି ସ୍ଥାନରେ ଏହି ଭ୍ୟାକସିନର ତୃତୀୟ ପର୍ୟ୍ୟାୟର ଟ୍ରାଏଲ୍ କରାଯିବ। ଏହି ଟିକା ପ୍ରଥମ ନାଜାଲ୍ ଟିକା, ଯାହାର ତୃତୀୟ ପର୍ୟ୍ୟାୟର ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ୍ ଏହି ପରୀକ୍ଷଣ କରିବ। ନାଜାଲ ଭାକସିନ୍ ପ୍ରଚଳିତ ହେବା ପରେ ଗଣ ଟିକାକରଣ ଅଧିକ ସହଜ ହୋଇପାରିବ ବୋଲି ଅନୁମାନ କରାଯାଉଛି।