ଏମିତି କଲେ ବ୍ଲାକ ଫଙ୍ଗସରୁ ମିଳିବ ମୁକ୍ତି

ଏମିତି କଲେ ବ୍ଲାକ ଫଙ୍ଗସରୁ ମିଳିବ ମୁକ୍ତି

ଏମିତି କଲେ ବ୍ଲାକ ଫଙ୍ଗସରୁ ମିଳିବ ମୁକ୍ତି
କରୋନାର ପ୍ରକୋପରେ ଅସ୍ତବ୍ୟସ୍ତ ସାରା ବିଶ୍ୱ । ଏହି ମହାମାରୀରେ ଆକ୍ରାନ୍ତ ହୋଇ ରୋଗୀଟି ସୁସ୍ଥ ହୋଇଛିକି ନାହିଁ ବା୍ଲକଫଙ୍ଗସ ଡିଜିଜ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଏହି ରୋଗ ଦେଖାଯାଉଛି । ଏହି ରୋଗ ଶରୀରରେ ଖୁବ୍ ଶୀଘ୍ର ବ୍ୟାପିଯାଏ ବୋଲି ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି । ଏହ ମାଟି ଦ୍ୱାରା ବ୍ୟାପିଥାଏ । ଏହି ରୋଗ ହେବା ଦ୍ୱାରା ଆଖି ଲାଲ୍ ପଡିଯାଏ, ଜ୍ୱର, ମୁଣ୍ଡ ବିନ୍ଧା, ଶୁଖିଲା କାଶ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଆଖି ଅତ୍ୟଧିକ ମାତ୍ରାରେ ଯନ୍ତ୍ରଣା ହେବା ସହ ମୁହଁ ଦରଜ ଓ ଦାନ୍ତରେ ପୀଡା ଅନୁଭବ ହୋଇଥାଏ । ଏହା ସହିତ କାଶିବା, ବାନ୍ତି କରିବା ସମୟରେ ରକ୍ତ ପଡିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ ସାବଧାନତା ଅବଲମ୍ବନ କରିବାକୁ ପଡିବ । -ସର୍ବଦା ମାସ୍କ ପିନ୍ଧନ୍ତୁ । -ମାଟି, କାଦୁଅ ସ୍ଥାନଠାରୁ ଦୂରେଇ ରୁହନ୍ତୁ । ମାଟି, ଧୂଳି ସ୍ଥାନକୁ ଗଲେ ଜୋତା, ଗ୍ଲୋବ୍ସ ଏବଂ ଫୁଲ ସାର୍ଟ ପିନ୍ଧନ୍ତୁ । -ପରିଷ୍କାର, ପରିଚ୍ଛନ ରୁହନ୍ତୁ । ହାତକୁ ବାରମ୍ବାର ସାନିଟାଇଜ୍ କରନ୍ତୁ । - ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଯାହା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିବ । -ମଧୁମେୟ ରୋଗୀ ହୋଇଥିଲେ ବିଶେଷ ରୂପେ ଧ୍ୟାନ ରଖନ୍ତୁ । -ନିୟମିତ ଉଷୁମ ପାଣି ପିଅନ୍ତୁ । ଫୁସଫୁସ କୁ ସକ୍ରିୟ ରଖିବା ପାଇଁ ନିଶ୍ୱାସ ବ୍ୟାମ କରନ୍ତୁ । (କିଛି ସମୟ ବ୍ୟବଧାନରେ ଦୀର୍ଘ ଶ୍ୱାସ ନିଅନ୍ତୁ) ଶରୀରର ଯତ୍ନ ନିଅନ୍ତୁ, ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ।