ରାଜ୍ୟରେ ଆଉ ୭୧୮ ଆକ୍ରାନ୍ତ

ରାଜ୍ୟରେ ଆଉ ୭୧୮ ଆକ୍ରାନ୍ତ

ରାଜ୍ୟରେ ଆଉ ୭୧୮ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ କ୍ୱାରେଂଟାଇନ ସେଂଟରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୩୯ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଁଚିଥିବାବେଳେ ୫୧୨୪ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୯, ବାଲେଶ୍ୱରରେ ୯, ବରଗଡ଼ରେ ୪, ଭଦ୍ରକରେ ୧୦, କଟକରେ ୩୨, ଢେଙ୍କାନାଳରେ ୬, ଗଜପତିରେ ୨୧, ଗଞ୍ଜାମରେ ୨୩୧, ଜଗତସିଂହପୁରରେ ୧୬, ଝାରସୁଗୁଡ଼ାରେ ୨୪, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୨୮, ଖୋର୍ଦ୍ଧାରେ ୧୫୦, କୋରାପୁଟରେ ୨୭, ମାଲକାନାଗିରିରେ ୫୪, ମୟୂରଭଞ୍ଜରେ ୨୨, ନବରଙ୍ଗପୁରରେ ୧, ନୟାଗଡ଼ରେ ୧୩, ପୁରୀରେ ୯, ରାୟଗଡ଼ାରେ ୧୯, ସମ୍ବଲପୁରରେ ୭, ସୋନପୁରରେ ୫ ଓ ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ୩୬୯୭୩୮ ନମୁନା ପରୀକ୍ଷଣ ହୋଇଛି ।