ଓଡିଶାର ଅଧିକାଂଶ ସ୍ଥାନରେ ବିଜେପି ଜିତିବ: ବୈଜୟନ୍ତ

ଓଡିଶାର ଅଧିକାଂଶ ସ୍ଥାନରେ ବିଜେପି ଜିତିବ: ବୈଜୟନ୍ତ

ଓଡିଶାର ଅଧିକାଂଶ ସ୍ଥାନରେ ବିଜେପି ଜିତିବ: ବୈଜୟନ୍ତ
ଭୁବନେଶ୍ୱର: ଓଡିଶାରେ ଅଧିକାଂଶ ସ୍ଥାନରେ ବିଜେପି ଜିତିବ ବୋଲି ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ଓଡିଶାରେ ଏକମାତ୍ର ଦଳ ଭାବେ ବିଜେପି ଆଗକୁ ବଢ଼ୁଛି । ଏକଜିଟ ପୋଲ ଅନୁସାରେ ଅନ୍ୟ ଦଳମାନଙ୍କ ପ୍ରଦର୍ଶନ କମୁଛି । ଏପରିକି ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ସରକାର ଗଢ଼ିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଆମ ଦଳରେ ବହୁତ ବଡ଼ ବଡ଼ ଟ୍ୟାଲେଣ୍ଟ ରହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କେ.ଭି ସିଂହଦେଓ ଓ ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି । ଦଳରେ ଯାହା ନିଷ୍ପତ୍ତି ହେବ, ଯାହାକୁ ଯେଉଁ ଦାୟିତ୍ୱ ମିଳିବ ମିଶି କାମ କରିବୁ । ମୋତେ ଯେଉଁ ଦାୟିତ୍ୱ ମିଳିବ, ମୁଁ ସୂଚାରୁ ଭାବେ ସମ୍ପାଦନ କରିବି ବୋଲି ବୈଜୟନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି, ମୋର ବିଶ୍ୱାସ ଆମେ ସରକାର କରିବୁ । ମୁଁ ଯୋଗଦେବାବେଳେ କିଛି ସର୍ତ୍ତ ରଖିନଥିଲି । ଦଳ ବହୁତ ସମ୍ମାନ ଦେଇଛି । ଦଳ ମୋତେ ଉପାଧ୍ୟକ୍ଷ କରିଛି । ମୁଁ ଦଳରେ ଖୁସି ଅଛି ବୋଲି ବୈୟଜନ୍ତ କହିଛନ୍ତି ।