କଂଗ୍ରେସର ବନ୍ଦ ପାଳନରେ ବିଜେଡି ପ୍ରଚ୍ଛଦପଟରେ ରହିଛି : ଲେଖାଶ୍ରୀ
କଂଗ୍ରେସର ବନ୍ଦ ପାଳନରେ ବିଜେଡି ପ୍ରଚ୍ଛଦପଟରେ ରହିଛି : ଲେଖାଶ୍ରୀ
admin
Feb 15, 2021 - 09:30
Updated: Feb 15, 2021 - 09:30
ଭୁବନେଶ୍ୱର: ଆଜି ତୈଳ ଓ ଗ୍ୟାସ ଦର ବୃଦ୍ଧି ସମେତ ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ ହେଉଛି । ଏହି ବନ୍ଦ ପାଳନ ସକାଳ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଜାରି ରହିବ ।
ତେବେ କଂଗ୍ରେସର ଏହି ବନ୍ଦ ପାଳନରେ ବିଜେଡି ପ୍ରଚ୍ଛଦପଟରେ ରହିଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ୨ ପ୍ରକାର ରାଜନୀତି କରୁଛନ୍ତି । ସ୍କୁଲ କଲେଜ ବନ୍ଦ ରଖି ବନ୍ଦକୁ ତାଙ୍କର ସମର୍ଥନ ରହିଥିବା ଦର୍ଶାଉଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।
ସେହିପରି କଂଗ୍ରେସର ବନ୍ଦ ଡାକରାକୁ ଲେଖାଶ୍ରୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି । କଂଗ୍ରେସର ବିପର୍ଯ୍ୟୟ ହୋଇଛି । ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି । ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ । କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି । ସୁଇସ ବ୍ୟାଙ୍କକୁ ଯାଉନି । ତାର ହିସାବ ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁଛୁ । ରାଜ୍ୟ ଭାଟ କମାନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।