ନବୀନଙ୍କ ସହ ମିଶି ସରକାର ଗଢ଼ିବ କଂଗ୍ରେସ : ସୁର

ନବୀନଙ୍କ ସହ ମିଶି ସରକାର ଗଢ଼ିବ କଂଗ୍ରେସ : ସୁର

ନବୀନଙ୍କ ସହ ମିଶି ସରକାର ଗଢ଼ିବ କଂଗ୍ରେସ : ସୁର
ଭୁବନେଶ୍ୱର : ନବୀନଙ୍କ ସହ ମିଶି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ । ଏଭଳି ଆକଳନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସୁର କହିଛନ୍ତିଯେ, କଂଗ୍ରେସ କମିଂ । ଆମେ କମ ସେ କମ ୪୫ ସିଟରେ ଜିତିବୁ । ରାହୁଲ ଗାନ୍ଧୀ ଚାହିଁଲେ ନବୀନଙ୍କ ସହ ମିଶି ସରକାର ଗଢ଼ିବୁ । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସୁର କହିଛନ୍ତିଯେ, ଏଥର କଂଗ୍ରେସର ଭଲ ହାୱା ଥିଲା । ତମାଣ୍ଡୋ ମିଟିଂରେ ଜନସମୁଦ୍ର ଦେଖି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ବୋଲି ସେ ଆଶାବାଦୀ ଥିଲେ । ମାତ୍ର ନିର୍ବାଚନ କିଛିଦିନ ପୂର୍ବରୁ ନେତାମାନେ ଟିକେଟ ଫେରାଇବା ଯୋଗୁଁ ଦଳର ପ୍ରତିଚ୍ଛବି ଖରାପ ହୋଇଥିଲା । ବିଶେଷକରି ବାପ-ପୁଅଙ୍କୁ ଟିକେଟ ଦେବା ଦଳ ପାଇଁ କ୍ଷତିକାରକ ହେଲା ବୋଲି ସୁର କହିଛନ୍ତି । ତଥାପି ୬୦ରୁ ଅଧିକ ସିଟରେ ଭଲ ପ୍ରାର୍ଥୀ ଦିଆଯାଇଛି । ସେହିପରି ବିଜେଡ଼ିର ଶକ୍ତି ପୂର୍ବାପେକ୍ଷା ଖରାପ ହୋଇଯାଇଛି । ତେଣୁ ସେମାନେ ବିଧାନସଭାରେ ପାଖାପାଖି ୫୦ ଆସନ ଜିଣିବା ସହ ଚାହିଁଲେ କଂଗ୍ରେସ କିମ୍ବା ବିଜେପି ସହ ସରକାର ଗଢ଼ିପାରନ୍ତି । ତେବେ ନବୀନଙ୍କର ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭଲ ସମ୍ପର୍କ ରହିଛି ବୋଲି ସୁର ପ୍ରକାଶ କରିଛନ୍ତି ।