କଂଗ୍ରେସ ଛାଡିଲେ ଜଗନ୍ନାଥ

କଂଗ୍ରେସ ଛାଡିଲେ ଜଗନ୍ନାଥ

କଂଗ୍ରେସ ଛାଡିଲେ ଜଗନ୍ନାଥ
ଭୁବନେଶ୍ୱର: ଆସନ୍ତା କାଲି ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଆଜି ପଦ ଛାଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ । ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ ସଦସ୍ୟ ପଦରୁ ଜଗନ୍ନାଥ ଇସ୍ତଫା ଦେଇଥିବା ସୂଚନା ମିଳିଛି । ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାରେ ତ୍ରୁଟି ଥିବା ଅଭିଯୋଗ କରି ପଦ ଛାଡିଛନ୍ତି । ସମ୍ବଲପୁରରେ ଏକ ସମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ଜଗନ୍ନାଥ । ସୂଚନାଯୋଗ୍ୟଯେ, ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କେତେକ କଂଗ୍ରେସ ନେତା ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ଉପରେ ପରୋକ୍ଷରେ ଦୋଷ ଲଦି ସାରିଛନ୍ତି । ସେହିପରି ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦେଇନଥିବାରୁ କେତେକ ନେତା ମଧ୍ୟ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।