କଂଗ୍ରେସ ଛାଡ଼ି ପାରନ୍ତି ରାଜ ବବର
କଂଗ୍ରେସ ଛାଡ଼ି ପାରନ୍ତି ରାଜ ବବର
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ରାଜନୈତିକ ସରଗରମ ଜୋର୍ ଧରିଥିଲା ବେଳେ ବରିଷ୍ଠ କଂଗ୍ରେସ ନେତା ରାଜ ବବ୍ବର ଦଳ ଛାଡିବା ନେଇ ଏବେ ଚର୍ଚ୍ଚା ଆହୁରି ଜୋର୍ ଧରିଛି । କୁହାଯାଉଛି କି ସେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ତେଣୁ କଂଗ୍ରେସ ଛାଡି ସେ ସପାରେ ଯୋଗଦେଇପାରନ୍ତି । ପୂର୍ବରୁ କଂଗ୍ରେସ ପକ୍ଷରୁ ତାଙ୍କୁ ୟୁପି ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । କିନ୍ତୁ ସେ ପ୍ରଚାର ମଇଦାନରୁ ନିଜକୁ ଦୂରେଇ ରଖିଛନ୍ତି । କୌଣସି ନିର୍ବାଚନୀ କାର୍ୟ୍ୟକ୍ରମକୁ ସେ ଏପର୍ୟ୍ୟନ୍ତ ଯାଇନାହାନ୍ତି । ସେହିଭଳି ପଦ୍ମଭୂଷଣ ସମ୍ମାନ ପାଇଁ ମନୋନୀତ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।
ଟୁଇଟ୍ କରି କହିଛନ୍ତି ‘ଆପଣ ବଡଭାଇ ତୁଲ । ଆପଣଙ୍କ ସାର୍ବଜନୀନ ଜୀବନ ଓ ଗାନ୍ଧି ବିଚାରଧାରା ପ୍ରତି ପ୍ରତିଶ୍ରୁତିବଦ୍ଧତା ସର୍ବଦା ପ୍ରେରଣାଦାୟୀ । ଦେଶ ପାଇଁ ଗତ ୫ ଦଶନ୍ଧୀ ଧରି ଆପଣ ଯେଉଁ ନିରବଚ୍ଛିନ୍ନ ଭାବେ ସେବା କରିଆସିଛନ୍ତି ପଦ୍ମ ଭୂଷଣ ହିଁ ତାର ସ୍ୱୀକୃତି ବୋଲି ରାଜ ବକ୍ରର ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ନିଜ ସରକାରରେ ଯେକୌଣସି ବ୍ୟକ୍ତିଙ୍କୁ ପୁରସ୍କାର କିମ୍ବା ସମ୍ମାନ ମିଳିପାରିବ । କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଯେତେବେଳେ ଏହି ସମ୍ମାନ ମିଳେ ତାହାର ମୂଲ୍ୟ ବେଶ୍ ବଢ଼ିଯାଇଥାଏ ।




admin 