ବିଧାୟକଙ୍କୁ ଦୁର୍ବ୍ୟବହାର; ତଦନ୍ତ ପାଇଁ ୪ ଜଣିଆ କମିଟି

ବିଧାୟକଙ୍କୁ ଦୁର୍ବ୍ୟବହାର; ତଦନ୍ତ ପାଇଁ ୪ ଜଣିଆ କମିଟି

ଭୁବନେଶ୍ୱର: ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହି ଘଟଣାର ତଦନ୍ତ ଲାଗି ୪ ଜଣିଆ କମିଟି ଗଠନ କରାଯିବା ସହିତ ଏକ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ବିଭାଗରୀୟ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଝୁମ୍ପୁରା ବ୍ଲକ ନାରଦପୁର ଗ୍ରାମର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଭୋରରେ ତାଙ୍କର ମୃତୁ୍ୟ ହୋଇଥିଲା । ଚିକିତ୍ସା ବାବଦରେ ଅର୍ଥ ପଇଠ ହୋଇଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହକୁ ଛାଡ଼ି ନଥିଲେ । ଏହି ଘଟଣା ସଂକ୍ରାନ୍ତରେ ବାସୁଦେବ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇବା ପରେ ସେ କଳିଙ୍ଗ ହସ୍ପିଟାଲ ଡିଜିଏମଙ୍କ ସହିତ ଆଲୋଚନା କରି ସମ୍ପୃକ୍ତ ପରିବାରକୁ ମୃତଦେହ ଫେରାଇ ଦେବାକୁ ନିବେଦନ କରିଥିଲେ । ମାତ୍ର ଡିଜିଏମ ଓ ଆକାଉଣ୍ଟସ କର୍ମଚାରୀମାନେ ବିଧାୟକଙ୍କୁ ଦୁର୍ବବ୍ୟବହାର କରିବା ସହିତ ଟଙ୍କା ନ ଦେଲେ ମୃତଦେହ ଛାଡ଼ିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଅପମାନିତ ହେବା ପରେ ବିଧାୟକ ଶ୍ରୀ ମାଝୀ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ତଦନ୍ତ ନିଦେ୍ର୍ଧଶ ଦେବା ସହ ୪ ଜଣିଆ କମିଟି ଗଠନ ଲାଗି ନିଦେ୍ର୍ଧଶ ଦେଇଛନ୍ତି । ନିଦେ୍ର୍ଧଶ ପାଇବା ପରେ ସଚିବ ତୁରନ୍ତ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଜି.ପୁନମ ତାପସ କୁମାର କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯୁଗ୍ମ ସଚିବ ଶୁଭାନନ୍ଦ ମହାପାତ୍ର, ଉପସଚିବ ରାଜେଶ ଅଗ୍ରୱାଲ ଓ ଯସ୍ମିନ ପଟ୍ଟନାୟକ ସଦସ୍ୟ ରହିଛନ୍ତି । ଏକ ସପ୍ତାହ ଭିତରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି ।