କଂଗ୍ରେସ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବିରୋଧରେ ଆରୋପ

କଂଗ୍ରେସ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବିରୋଧରେ ଆରୋପ

କଂଗ୍ରେସ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବିରୋଧରେ ଆରୋପ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବିରୋଧରେ ଆରୋପ । ଆଉ ଏହି ଆରୋପ କଂଗ୍ରେସ ପକ୍ଷରୁ ଲଗାଯାଇଛି । ରାଜ୍ୟପାଳ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରତିନିଧିଭାବେ କାମ କରୁଥିବା କଂଗ୍ରେସ ପକ୍ଷରୁ ଆରୋପ ଲଗାଯାଇଛି । ପ୍ରଦୀପ ମାଝୀ, ଭୁଜବଳ ମାଝୀ ଓ ବିଜୟଲକ୍ଷ୍ମୀ ସାହୁଙ୍କ ଭଳି କଂଗ୍ରେସ ନେତୃବୃନ୍ଦ ଏହି ଆରୋପ ଆଣିଛନ୍ତି । ପ୍ରକାଶ ଯେ, ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟିବାକୁ ଯାଇଥିଲେ । ଏସସି/ଏସଟି ଓ ଓବିସି ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ । ତେବେ ରାଜଭବନ ଭିତରକୁ ପ୍ରବେଶ ନେଇ ସମ୍ପୃକ୍ତ କଂଗ୍ରେସ ପ୍ରତିନିଧି ଦଳଙ୍କୁ ଅନୁମତି ମିଳିନଥିଲା । ଅନୁମତି ନପାଇ କଂଗ୍ରେସ ନେତାମାନେ ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି ।