କଟକରେ ପୋଲିସ ଉପରକୁ ଢେଲା ମାଡ଼ ।

କଟକରେ ପୋଲିସ ଉପରକୁ ଢେଲା ମାଡ଼ ।

କଟକରେ ପୋଲିସ ଉପରକୁ ଢେଲା ମାଡ଼ ।
ଆଜି ସଟ୍‌ଡାଉନ୍‌ର ଶେଷ ଦିନ। ୪୮ ଘଂଟିଆ ସଟଡାଉନକୁ ସମସ୍ତେ ସମର୍ଥନ କରିଥିବା ବେଳେ କିଛି ଲୋକ ଏହି କଟକଣାକୁ ଭାଙ୍ଗିଛନ୍ତି । ଆଜି କଟକରେ ପୋଲିସ୍‌ ଉପରକୁ ଢେଲାପଥର ମାଡ଼ ହୋଇଥିବାର ଖବର ମିଳିଛି। ଆଜି କଟକର କେଶରପୁର ଅଞ୍ଚଳରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ବ୍ୟକ୍ତି ପୋଲିସ୍ ଉପରକୁ ଢେଲାପଥର ମାଡ଼ କରିଥିଲେ। ଢେଲାପଥର ମାଡ଼ ପରେ ପୋଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା। ସେମାନଙ୍କ ଭିତରୁ ୧୫ରୁ ଅଧିକ ଆକ୍ରମଣକାରୀଙ୍କୁ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ଖବର ପାଇ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।