କରୋନା ଅପଡେଟ : ୨୪ ଘଣ୍ଟାରେ ୩୫ ହଜାର ଆକ୍ରାନ୍ତ, ୫୨୬ ମୃତ

କରୋନା ଅପଡେଟ : ୨୪ ଘଣ୍ଟାରେ ୩୫ ହଜାର ଆକ୍ରାନ୍ତ, ୫୨୬ ମୃତ

କରୋନା ଅପଡେଟ : ୨୪ ଘଣ୍ଟାରେ ୩୫ ହଜାର ଆକ୍ରାନ୍ତ, ୫୨୬ ମୃତ
ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ତଳୁଆ ରହିବା ପରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣିଥରେ ୫୦୦ ପାର କରିଛି ମୃତ୍ୟୁ ସଂଖ୍ୟ । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାର ୫୫୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୫୨୬ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୫୫୫୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୫୫୧ରେ ପହଞ୍ଚିଛି । ୫୨୬ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୭୨୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୮୯ ଲକ୍ଷ ୭୩ ହଜାର ୩୭୩ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୭୦୧ ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୨ ହଜାର ୯୪୩ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ ୬୩୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୩୯୪୪ ଏବଂ ମହାରାଷ୍ଟ୍ରରୁ ୩୩୫୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୧୧ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ୮୨ ମୃତ୍ୟୁ ସହିତ ଦିଲ୍ଲୀ ଏବଂ ୫୧ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୪୫ ଲକ୍ଷ ଲକ୍ଷ ୫ ହଜାର ୨୫୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୧୪ ଲକ୍ଷ ୯୨ ହଜାର ୫୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୫ ଲକ୍ଷ ୨୦ ହଜାର ୧୮୦ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୪ ଲକ୍ଷ ୯୨ ହଜାର ୫୫୫ରେ ପହଞ୍ଚିଛି ।