କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧ ୧ ହଜାର ୦୫୯ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧ ୧ ହଜାର ୦୫୯ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧ ୧ ହଜାର ୦୫୯ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୧୯୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୮୬୬ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୫୯, ବାଲେଶ୍ୱରରେ ୪୦୦, ବରଗଡରେ ୩୬୭, ଭଦ୍ରକରେ ୩୭୭, ବଲାଙ୍ଗୀରରେ ୧୬୬, ବୌଦ୍ଧରେ ୨୬୧, କଟକରେ ୧୧୩୩, ଦେବଗଡ଼ରେ ୧୦୩, ଢେଙ୍କାନାଳରେ ୩୫୧, ଗଜପତିରେ ୬୭, ଗଞ୍ଜାମରେ ୧୫୫, ଜଗତସିଂହପୁରରେ ୩୩୦, ଯାଜପୁରରେ ୫୬୪, ଝାରସୁଗୁଡ଼ାରେ ୨୨୮, କଳାହାଣ୍ଡିରେ ୪୦୭, କନ୍ଧମାଳରେ ୧୦୩, କେନ୍ଦ୍ରାପଡାରେ ୩୦୯, କେନ୍ଦୁଝରରେ ୨୦୦, ଖୋର୍ଦ୍ଧାରେ ୧୦୧୦, କୋରାପୁଟରେ ୧୭୫, ମାଲକାନାଗିରିରେ ୯୮, ମୟୂରଭଞ୍ଜରେ ୬୬୨, ନବରଙ୍ଗପୁରରେ ୩୨୨, ନୟାଗଡରେ ୨୪୬, ନୂଆପଡାରେ ୪୪, ପୁରୀରେ ୪୩୦, ରାୟଗଡାରେ ୧୭୭, ସମ୍ବଲପୁରରେ ୩୭୯, ସୋନପୁରରେ ୨୦୪, ସୁନ୍ଦରଗଡରେ ୭୨୯ଓ ରାଜ୍ୟ ପୁଲରେ ୨୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ ରାଜ୍ୟରେ ୭ ଲକ୍ଷ ୩ ହଜାର ୪୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୧ ହଜାର ୨୬୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।