କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୩୨ ଜଣଙ୍କ ମୃତୁ୍ୟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୩୨ ଜଣଙ୍କ ମୃତୁ୍ୟ
admin
May 24, 2021 - 06:18
Updated: May 24, 2021 - 06:18
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟର ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୫୧୬ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବଲାଙ୍ଗୀରରେ ୧, କଟକରେ ୧, ଗଜପତିରେ ୨, ଗଞ୍ଜାମରେ ୪, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୩, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୬, ନୟାଗଡରେ ୧, ପୁରୀରେ ୨, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୫୯, ବାଲେଶ୍ୱରରେ ୪୦୦, ବରଗଡରେ ୩୬୭, ଭଦ୍ରକରେ ୩୭୭, ବଲାଙ୍ଗୀରରେ ୧୬୬, ବୌଦ୍ଧରେ ୨୬୧, କଟକରେ ୧୧୩୩, ଦେବଗଡ଼ରେ ୧୦୩, ଢେଙ୍କାନାଳରେ ୩୫୧, ଗଜପତିରେ ୬୭, ଗଞ୍ଜାମରେ ୧୫୫, ଜଗତସିଂହପୁରରେ ୩୩୦, ଯାଜପୁରରେ ୫୬୪, ଝାରସୁଗୁଡ଼ାରେ ୨୨୮, କଳାହାଣ୍ଡିରେ ୪୦୭, କନ୍ଧମାଳରେ ୧୦୩, କେନ୍ଦ୍ରାପଡାରେ ୩୦୯, କେନ୍ଦୁଝରରେ ୨୦୦, ଖୋର୍ଦ୍ଧାରେ ୧୦୧୦, କୋରାପୁଟରେ ୧୭୫, ମାଲକାନାଗିରିରେ ୯୮, ମୟୂରଭଞ୍ଜରେ ୬୬୨, ନବରଙ୍ଗପୁରରେ ୩୨୨, ନୟାଗଡରେ ୨୪୬, ନୂଆପଡାରେ ୪୪, ପୁରୀରେ ୪୩୦, ରାୟଗଡାରେ ୧୭୭, ସମ୍ବଲପୁରରେ ୩୭୯, ସୋନପୁରରେ ୨୦୪, ସୁନ୍ଦରଗଡରେ ୭୨୯ଓ ରାଜ୍ୟ ପୁଲରେ ୨୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଯାବତ ରାଜ୍ୟରେ ୭ ଲକ୍ଷ ୩ ହଜାର ୪୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୧ ହଜାର ୨୬୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।