କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ,୩୩୬ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ,୩୩୬ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ,୩୩୬ ମୃତ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୩୬ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୮ ଲକ୍ଷ ୮୪ ହଜାର ୧୦୦ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୩୫୫ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୫୨ ହଜାର ୫୮୬ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୩ ଲକ୍ଷ ୮୮ ହଜାର ୧୫୯ ଜଣ ଲୋକ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ ୪୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୩୭୧୭ ଏବଂ ପଶ୍ଚିମବଙ୍ଗରୁ ୨୫୮୦ ଜଣନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୦ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ୪୭ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ଏବଂ ୩୩ ମୃତ୍ୟୁ ସହିତ ଦିଲ୍ଲୀଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୨୨ ଲକ୍ଷ ୪୮ ହଜାର ୭୦୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୭୨ ଲକ୍ଷ ୪୮ ହଜାର ୯୩୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୮୭ ହଜାର ୪୨୫ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୧୨ ହଜାର ୩୫୦ରେ ପହଞ୍ଚିଛି ।