ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : କିଡନୀର ୭୫ ପ୍ରତିଶତ ନଷ୍ଟ

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : କିଡନୀର ୭୫ ପ୍ରତିଶତ ନଷ୍ଟ

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : କିଡନୀର ୭୫ ପ୍ରତିଶତ ନଷ୍ଟ
ରାଞ୍ଚି: ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ସଜ୍ଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପି୍ରମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତାଙ୍କ କିଡନୀ ୭୫ ପ୍ରତିଶତ ନଷ୍ଟ ହୋଇଥିଲା ବେଳେ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି । ଯେକୌଣସି ସମୟରେ ତାଙ୍କ ଡାୟଲିସିସରେ ରଖାଯାଇପାରେ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ରାଞ୍ଚିସ୍ଥିତ ରିମସରେ ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କ କହିବାନୁଯାୟୀ ଲାଲୁଙ୍କ କିଡନୀ ଏବେ ଷ୍ଟେଜ-୪ ରେ ରହିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ପୂର୍ବରୁ ଲାଲୁ ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦରୋଗ ଓ ଅନ୍ୟାନ୍ୟ ଅନେକ ରୋଗରେ ଆକ୍ରାନ୍ତ ଅଛନ୍ତି ।