କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୩ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୩ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୩ ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଟିକେ କମିଥିଲେ ମୃତୁ୍ୟ ସଂଖ୍ୟା କମିବାର ନା ଧରୁନି । ଏହାରି ଭିତରେ ପୁଣି ୩୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ରହିଥିବା ବେଳେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି। ସେହିପରି ଦେବଗଡ଼ , ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୬୪ ହଜାର ୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୧ ହଜାର ୬୬୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୭୫୪ଜଣଙ୍କର ମୃତ୍ୟୁ ହୋଇଛି ।