କାର୍ଡ ନେବାକୁ ଆସୁନାହାନ୍ତି ଗ୍ରାହକ, ଚିନ୍ତାରେ ବ୍ୟବସାୟୀ

କାର୍ଡ ନେବାକୁ ଆସୁନାହାନ୍ତି ଗ୍ରାହକ, ଚିନ୍ତାରେ ବ୍ୟବସାୟୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବୈବାହିକ ସମାରୋହରେ ଅତିଥି ସଂଖ୍ୟାରେ କଟକଣା ଲଗାଇଛନ୍ତି । ପୂର୍ବରୁ ୨୦୦ ଲୋକଙ୍କୁ ବିବାହ କାର୍ଯ୍ୟକ୍ରମରେ ଅନୁମତି ଥିବା ବେଳେ ଏବେ ତାହାକୁ ୫୦ କୁ ଖସାଇ ଦିଆଯାଇଛି । ଦିଲ୍ଲୀ ସରକାରଙ୍କ ଏ ନିଦେ୍ର୍ଧଶ ଯୋଗୁଁ କାର୍ଡ ବ୍ୟବସାୟୀଙ୍କ ସମସ୍ୟା ବଢ଼ିଯାଇଛି । ଡିସେମ୍ବରରେ ହେବାକୁ ଥିବା ବିବାହ ପାଇଁ ପୂର୍ବରୁ ଯେଉଁମାନେ କାର୍ଡ ଛପାଇବା ପାଇଁ ଅର୍ଡର ଦେଇ ସାରିଛନ୍ତି ଏବେ ସେମାନେ ଏହାର ଡେଲିଭରି ନେବାକୁ ଆସୁନାହାନ୍ତି । ୫୦ ଲୋକଙ୍କୁ ଅନୁମତି ଥିବା ବେଳେ ୨୦୦ ଲୋକଙ୍କ କାର୍ଡ ନେଇ ଅଯଥା ଟଙ୍କା ସାରିବାକୁ ଏମାନେ ଚାହୁଁନାହାନ୍ତି । ଡେଲିଭରି ନେବାକୁ ଚାହୁଁ ନାହାନ୍ତି ଗ୍ରାହକ । ଏସବୁ ମଧ୍ୟରେ ଚିନ୍ତାରେ କାର୍ଡ ବ୍ୟବସାୟୀ । ବିପୁଳ ମାତ୍ରାରେ କ୍ଷତି ସହୁଛନ୍ତି ଏମାନେ ।